ଓଡିଶା

odisha

ETV Bharat / sports

T20 World Cup: ବିଶ୍ୱକପରୁ ବିଦାହେଲା ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆ, ସେମି ଟିକଟ ହାତେଇଲା ଇଂଲଣ୍ଡ - ସେମି ଟିକଟ୍ ହାତେଇଲା ଇଂଲିସ୍ ଟିମ୍

୪ ୱିକେଟରେ ଜିତିଲା ଇଂଲଣ୍ଡ । ଦ୍ବିତୀୟ ଦଳ ଭାବରେ ସେମିରେ ପ୍ରବେଶ କରିଲା ଜୋସ୍ ବଟଲର୍ ବାହିନୀ । ଇଂଲିସ୍ ଟିମ୍ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ କଙ୍ଗାରୁ ଦଳର ବିଶ୍ବକପ ବିଜୟ ସ୍ବପ୍ନ ଧୂଳିସାତ୍ ହୋଇଛି । ଅଧିକ ପଢନ୍ତୁ

T20 World Cup: ବିଶ୍ୱକପରୁ ବିଦାହେଲା ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆ, ସେମି ଟିକଟ ହାତେଇଲା ଇଂଲଣ୍ଡ
T20 World Cup: ବିଶ୍ୱକପରୁ ବିଦାହେଲା ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆ, ସେମି ଟିକଟ ହାତେଇଲା ଇଂଲଣ୍ଡ

By

Published : Nov 5, 2022, 5:29 PM IST

Updated : Nov 5, 2022, 9:51 PM IST

ସିଡନୀ: ୪ ୱିକେଟରେ ଜିତିଲା ଇଂଲଣ୍ଡ । ଦ୍ବିତୀୟ ଦଳ ଭାବରେ ସେମିରେ ପ୍ରବେଶ କରିଲା ଜୋସ୍ ବଟଲର୍ ବାହିନୀ । ଇଂଲଣ୍ଡର ବିଜୟ ପରେ ବିଶ୍ବକପରୁ ନକ୍ ଆଉଟ ହେଲା ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆ । ଇଂଲିସ୍ ଟିମ୍ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ କଙ୍ଗାରୁ ଦଳର ବିଶ୍ବକପ ବିଜୟ ସ୍ବପ୍ନ ଧୂଳିସାତ୍ ହୋଇଛି । ଆଜିର ଗୁରୁତ୍ବପୂର୍ଣ୍ଣ ମ୍ୟାଚର ଫଳାଫଳ ପରେ ଚିତ୍ର ସ୍ପଷ୍ଟ ହୋଇଛି କିଏ ଗ୍ରୁପ ଅଫ ଡେଥ୍ କୁହାଯାଉଥିବା ଗ୍ରୁପ ୧ ରୁ କିଏ ସେମି ଟିକଟ୍ ହାତେଇବ । ନ୍ୟୁଜିଲାଣ୍ଡ ପୂର୍ବରୁ ଆୟରଲାଣ୍ଡକୁ ପରାସ୍ତ ପ୍ରଥମ ଦଳ ଭାବରେ ଟି-୨୦ ସେମିଫାଇନାଲରେ ପ୍ରବେଶ କରିଥିଲା । ଆଜି ଶ୍ରୀଲଙ୍କାକୁ ପରାସ୍ତ କରି ଇଂଲଣ୍ଡ ଦ୍ବିତୀୟ ଦଳ ଭାବରେ ସେମି ଫାଇନାଲ ଖେଳିବା ନେଇ ଯୋଗ୍ୟତା ଅର୍ଜନ କରିଛି ।

ଶ୍ରୀଲଙ୍କାଠାରୁ ୧୪୨ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଇଂଲଣ୍ଡ । ଆଲେକ୍ସ ହେଲ୍ସ ଓ ବେନ୍ ଷ୍ଟୋକ୍ସଙ୍କ ଦମଦାର ଇନିଂସ ବଳରେ ଇଂଲଣ୍ଡ ଟାର୍ଗେଟ ହାସଲ କରିବାରେ ସକ୍ଷମ ହୋଇଛି । ଜସ୍ ବଟଲର୍ ବାହିନୀ ୧୯.୪ ଓଭରରେ ୬ ୱିକେଟ ହରାଇ ୧୪୪ ରନ କରିଥିଲା । ପ୍ରାରମ୍ଭରୁ ଓପନିଂ ଯୋଡି ଭଳ ପାଳି ଆରମ୍ଭ କରିଥିଲେ । ମଝିରେ ଶ୍ରୀଲଙ୍କା ଲଢେଇ ଜାରି ରଖି ଇଂଲଣ୍ଡଠାରୁ ମ୍ୟାଚ ଛଡାଇ ଆଣିବାକୁ ଚେଷ୍ଟା ଜାରି ରଖିଥିଲା । ଇଂଲିସ୍ ଟିମକୁ ବିଜୟ ପାଇଁ ୧୫ ବଲରେ ୧୫ ରନ ଆବଶ୍ୟକ ରହିଥିଲା । ପରେ ବେନ୍ ଷ୍ଟୋକ୍ସ ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଁଞ୍ଚାଇଥିଲେ । ଆଲେକ୍ସ ହେଲ୍ସ ୩୦ ବଲରୁ ସର୍ବାଧିକ ୪୭ ରନ ଇନିଂସ ଖେଳିଥିଲେ । ସେହିପରି ବେନ୍ ଷ୍ଟୋକ୍ସ ୩୬ ବଲରୁ ୪୨ ରନ, ଅଧିନାୟକ ଜୋସ୍ ବଟଲର ୨୮ ରନ କରିଥିଲେ । ଆଦିଲ ରସିଦ୍ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ସେପଟେ ମାର୍କ ଉଡଙ୍କ ବୋଲିଂ ପ୍ରଭାବରେ ଶ୍ରୀଲଙ୍କାର ବ୍ୟାଟିଂ ବ୍ୟାକ୍ ବନ୍ ଭାଙ୍ଗିଯାଇଥିଲା । ପଥୁମ ନିଶଙ୍କାଙ୍କ ଧୂଆଁଧାର ଇନିଂସ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ କରିଥିଲା । କୁଶଲ ମେଣ୍ଡିସ୍ ୧୮ ରନ, ଭାନୁକା ରାଜପକ୍ଷେ ୨୨ ରନ କରିଥିଲେ । ଅନ୍ୟ ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ ।

Last Updated : Nov 5, 2022, 9:51 PM IST

ABOUT THE AUTHOR

...view details