ଆଡିଲେଡ: ଟି-ଟ୍ବେଣ୍ଟି ବିଶ୍ବକପରେ ମୁହାଁମୁହିଁ ହୋଇଛନ୍ତି ଭାରତ ବାଂଲାଦେଶ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ଅଧିନାୟକ ସାକିବ ଅଲ ହସନ । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । ସେମି ଫାଇନାଲରେ ପ୍ରବେଶ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ରୋହିତ ବାହିନୀ । ପୂର୍ବ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠୁ ପରାସ୍ତ ହୋଇ ପଏଣ୍ଟ ଟେବୁଲ ଦ୍ବିତୀୟକୁ ଖସିଥିଲା ଭାରତ । ବାଂଲାଦେଶ ବିପକ୍ଷରେ ଏକ ବଡ ବିଜୟ ହାସଲ କରି ଟେବୁଲ ଟପକୁ ଯିବାକୁ ଲକ୍ଷ୍ୟ ରଖିଛି ଭାରତ । ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି । ଦୀପକ ହୁ଼ଡାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଏକାଦଶରେ ସାମିଲ କରାଯାଇଛି ।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୩ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡସ ବିପକ୍ଷରେ ବିଜୟ ହାସଲ କରିଥିଲା ଦଳ । ଦକ୍ଷିଣ ଆଫ୍ରିକାଠୁ ତୃତୀୟ ମ୍ୟାଚରେ ପରାସ୍ତ ହୋଇ ୪ ପଏଣ୍ଟ ପାଇ ଗ୍ରୁପ-୨ ର ଦ୍ବିତୀୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ଦଳ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି । ପ୍ରଥମ 3 ମୁକାବିଲାରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ମାତ୍ର ସମସ୍ତ ମ୍ୟାଚରେ କେଏଲ ରାହୁଲଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । 3ଟି ମ୍ୟାଚ ଖେଳି ସେ ମାତ୍ର 22ରନ ସଂଗ୍ରହ କରିଛନ୍ତି । ଆଜି ତାଙ୍କ ବ୍ୟାଟରୁ ଏକ ସଫଳ ଇନିଂସ ଆଶା କରାଯାଉଛି । ଆଜି ବିଶେଷ କରି ଭାରତୀୟ ବ୍ୟାଟରଙ୍କ ଉପରେ ନଜର ରହିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ ପ୍ରଦର୍ଶନ ଏତେ ଭଲ ନଥିଲା । ଆଜି ସମସ୍ତ ତ୍ରୁଟି ସୁଧାରିବେ ବ୍ୟାଟର । ଦଳର ବୋଲିଂ ବିଭାଗ ସନ୍ତୁଳିତ ରହିଛି ।
ଏହା ବି ପଢନ୍ତୁ...T20 World Cup: କାଲି ଭାରତକୁ ଭେଟିବ ବାଂଲାଦେଶ, ମ୍ୟାଚ ପୂର୍ବରୁ ମନୋବଳ ଭାଙ୍ଗିଲେ କ୍ୟାପଟେନ୍
ସେହିପରିସାକିବ୍ ଅଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ୩ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଛି । ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି । ଉଭୟ ଦଳ ଏହି ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତା ପକ୍କା କରିବାର ଲକ୍ଷ୍ୟ ରଖିଛନ୍ତି ।