ଓଡିଶା

odisha

ETV Bharat / sports

T20 World Cup: ମସକଟ୍‌ରେ ପହଞ୍ଚିଲା ବଂଲାଦେଶ ଟିମ - ମସକଟ୍‌ରେ ପହଞ୍ଚିଲା ବଂଲାଦେଶ ଟିମ

ଆଗାମୀ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ପାଇଁ ସୋମବାର ମସକଟରେ ପହଞ୍ଚିଛି ବାଂଲାଦେଶ କ୍ରିକେଟ ଟିମ । ଅଧିକ ପଢନ୍ତୁ...

T20 World Cup: Bangladesh arrive in Muscat for showpiece event
T20 World Cup: ମସକଟ୍‌ରେ ପହଞ୍ଚିଲା ବଂଲାଦେଶ ଟିମ

By

Published : Oct 4, 2021, 8:07 PM IST

ମସକଟ(ଓମାନ): ଆଗାମୀ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ପାଇଁ ସୋମବାର ମସକଟରେ ପହଞ୍ଚିଛି ବାଂଲାଦେଶ କ୍ରିକେଟ ଟିମ । ଏନେଇ ବାଂଲାଦେଶ କ୍ରିକେଟ ଟ୍ବିଟ ଯୋଗେ ଘୋଷଣା କରିଛି । ଏସିଆନ ଟିମ ପ୍ରଥମେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ ଓ ପରେ ଅକ୍ଟୋବର ୧୭ରୁ ଏଆଇ ଅମେରାଟରେ ସ୍କଟଲ୍ୟାଣ୍ଡ୍‌ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

ପ୍ରଥମେ ଓମାନ ଓ ପପୁଆ ନ୍ୟୁ ଗିନିଆ ବିପକ୍ଷରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ ବାଂଲାଦେଶ । ଯଦି ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୁଏ, ତେବେ ଟୁର୍ଣ୍ଣାମେଣ୍ଟରେ ରାଉଣ୍ଡ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ ।

ଆୟୋଜକଙ୍କ ଘୋଷଣା ଅନୁଯାୟୀ, UAEର ସମସ୍ତ ଭେନ୍ୟୁରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଷ୍ଟାଡିୟମରେ ଥିବା ଦର୍ଶକ କ୍ଷମତାର ପ୍ରାୟ ୭୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ । ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଏନେଇ ସ୍ପଷ୍ଟ କରିଛି ।

ଫଟାଫଟ୍‌ କ୍ରିକେଟର ଚମ୍ପିଆନ ବନିବାକୁ ସମସ୍ତ ୧୬ଟି ଟିମ ଦମ ଲଗାଇବେ । ଏଥିପାଇଁ ଫ୍ୟାନ୍ସଙ୍କ ପାଇଁ ଟିକେଟ ଉପଲବ୍ଧ ରହିଛି । ଅକ୍ଟୋବର ୧୭ରୁ ଏହି ଏଗି ମେଗା ଇଭେଣ୍ଟ ଆରମ୍ଭ ହୋଇ ନଭେମ୍ବର ୧୪ ପର୍ଯ୍ୟନ୍ତ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details