ଓଡିଶା

odisha

ETV Bharat / sports

T20 World Cup 2022 : ବିଶ୍ବକପରୁ ବାଦ ପଡିଲେ ଏହି କ୍ରିକେଟର - ବିଶ୍ବକପ ସ୍କ୍ବାର୍ଡ

ବିସିସିଆଇ ଟି-୨୦ ବିଶ୍ବକପ ସ୍କ୍ବାର୍ଡ ସହିତ ବିଶ୍ବକପ ପୂର୍ବରୁ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ମଧ୍ୟ ସ୍କ୍ବାର୍ଡ ଘୋଷଣା କରିଛି । ଅଧିକ ପଢନ୍ତୁ

T20 World Cup 2022 : ବିଶ୍ବକପରୁ  ବାଦ ପଡିଲେ ଏହି କ୍ରିକେଟର
T20 World Cup 2022 : ବିଶ୍ବକପରୁ ବାଦ ପଡିଲେ ଏହି କ୍ରିକେଟର

By

Published : Sep 13, 2022, 4:48 PM IST

ହାଇଦ୍ରାବାଦ:ବିସିସିଆଇ ଟି-୨୦ ବିଶ୍ବକପ ସ୍କ୍ବାର୍ଡ ସହିତ ବିଶ୍ବକପ ପୂର୍ବରୁ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ମଧ୍ୟ ସ୍କ୍ବାର୍ଡ ଘୋଷଣା କରିଛି । ବିସିସିଆଇ ଚୟନକର୍ତ୍ତା କମିଟି ବୈଠକ ପରେ ଟି-୨୦ ବିଶ୍ବକପ ଓ ଘରୋଇ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି ।

ତେବେ ଟି-୨୦ ବିଶ୍ବକପ ସ୍କ୍ବାର୍ଡରେ ଫର୍ମରେ ଥିବା କ୍ରିକେଟର ସ୍ଥାନ ପାଇଥିବାବେଳେ, ଆଉ କିଛି ଖେଳାଳି ଷ୍ଟାଣ୍ଡ ବାଏରେ ରହିଛନ୍ତି । ମହମ୍ମଦ ସାମି, ଦୀପକ ଚହର, ଶ୍ରେୟାସ ଆୟର, ରବି ବିଷ୍ଣୋୟୀ ଷ୍ଟାଣ୍ଡବାଏରେ ରହିଛନ୍ତି । ତେବେ ୱିକେଟ କିପର ବ୍ୟାଟ୍‌ର ସଞ୍ଜୁ ସାମସନଙ୍କୁ କୌଣସି ସ୍କ୍ବାର୍ଡରେ ସ୍ଥାନ ନ ମିଳିବା ନେଇ ଫ୍ୟାନ୍ସଙ୍କ ରୋଷର ଶିକାର ହୋଇଛି ବୋର୍ଡ । ଯୁବ ୱିକେଟ କିପର ବ୍ୟାଟ୍‌ର ଇଶାନ କିଶାନ ମଧ୍ୟ ଟି-୨୦ ବିଶ୍ବକପରୁ ବାଦ ପଡିଛନ୍ତି ।

ଏସିଆ କପରୁ ବାଦ ପଡିଥିଲେ ମହମ୍ମଦ ସାମି । ତେବେ ଟି-୨୦ ବିଶ୍ବକପରେ ମହମ୍ମଦ ସାମିଙ୍କ ନାମ ୧୫ ଜଣିଆ ସ୍କ୍ବାର୍ଡରେ ସାମିଲ ହୋଇନଥିଲେ ମଧ୍ୟ ତାଙ୍କ ନାମକୁ ଷ୍ଟାଣ୍ଡ ବାଏରେ ରଖିାଯାଇଛି । ସାମି ଏବେ ଫର୍ମରେ ଅଛନ୍ତି । ଆଇପିଏଲ ୨୦୨୨ରେ ଗୁଜୁରାଟ ଟାଇଟନ୍ସକୁ ଚାମ୍ପିୟନ କରାଇବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ ସାମି । ସେହିପରି ଦୃତ ବୋଲର ଦୀପକ ଚହର ମଧ୍ୟ ଷ୍ଟାଣ୍ଡବାଏରେ ରହିଛନ୍ତି ।

ତେଣୁ ତାଙ୍କୁ ସ୍କ୍ବାର୍ଡରେ ସାମିଲ ନକରି ତାଙ୍କ ନାମକୁ ଷ୍ଟାଣ୍ଡବାଏ ରଖିଛି BCCI । ସେହିପରି ଶ୍ରେୟାସ ଆୟର ମଧ୍ୟ ଟି-୨୦ ମ୍ୟାଚରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ମିଡିଲ ଅର୍ଡର ବ୍ୟାଟିଂ ଭାର ସମ୍ଭାଳିବା ଶ୍ରେୟାସ ଆୟରଙ୍କୁ ଭରସା କରାଯାଇପାରେ । ତେଣୁ ତାଙ୍କୁ ସ୍କ୍ବାର୍ଡରେ ସାମିଲ ନକରି ତାଙ୍କ ନାମକୁ ଷ୍ଟାଣ୍ଡ ବାଏ ରଖିଛି ବିସିସିଆଇ । ସେହିପରି ଭାରତୀୟ ସ୍ପିନର ରବି ବିଷ୍ଣୋୟୀଙ୍କୁ ମଧ୍ୟ ଷ୍ଟାଣ୍ଡ ବାଏରେ ରଖାଯାଇଛି । ଟି-୨୦ ମ୍ୟାଚରେ ତାଙ୍କ କ୍ୟାରିୟର ଇକୋନୋମି ୭.୮ ରହିଛି । ତେବେ ତାଙ୍କ ସ୍ପିନ ବଲରେ ଦଳକୁ ଫାଇଦା ମିଳିପାରେ ।

ABOUT THE AUTHOR

...view details