ଓଡିଶା

odisha

ETV Bharat / sports

T20 World Cup 2022: ଆରମ୍ଭରୁ ବିପର୍ଯ୍ୟୟ, ଶ୍ରୀଲଙ୍କାକୁ ହରାଇଲା ନାମିବ୍ୟା

ଟି-ଟ୍ବେଣ୍ଟି ବିଶ୍ବକପ 2022ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ନାମିବ୍ୟା ପରସ୍ପରକୁ ଭେଟିଥିଲେ । ବିଜୟରୁ ନାମିବ୍ୟାର ଅଭିଯାନ ଆରମ୍ଭ କରିଛି । 55 ରନରେ ହାରିଛି ଏସିଆ ଚାମ୍ପିୟନ ଶ୍ରୀଲଙ୍କାକୁ ହରାଇ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ପ୍ରଥମ ବିପର୍ଯ୍ୟୟ ଘଟାଇଛି ନାମିବ୍ୟା । ଅଧିକ ପଢନ୍ତୁ

t20-world-cup-2022 namibia won by 55 runs aganist  sri lanka
T20 World Cup 2022: ଆରମ୍ଭରୁ ବିପର୍ଯ୍ୟୟ, ଶ୍ରୀଲଙ୍କାକୁ ହରାଇଲା ନାମିବ୍ୟା

By

Published : Oct 16, 2022, 1:16 PM IST

Updated : Oct 16, 2022, 2:44 PM IST

ନୂଆଦିଲ୍ଲୀ:କ୍ରିକେଟର ତିନୋଟି ଫର୍ମାଟ ମଧ୍ୟରୁ ଲୋକପ୍ରିୟତା ହାସଲ କରିଥିବା ଟି-ଟ୍ବେଣ୍ଟି ବିଶ୍ବକପ ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ମ୍ୟାଚରେ ଶ୍ରୀଲଙ୍କା ଓ ନାମିବ୍ୟା ପରସ୍ପରକୁ ଭେଟିଥିଲେ । ବିଜୟରୁ ଅଭିଯାନ ଆରମ୍ଭ କରିଛି ନାମିବ୍ୟା । ଏସିଆ କପ ବିଜୟୀ ଦଳ ଶ୍ରୀଲଙ୍କାକୁ 55 ରନରେ ପରାସ୍ତ କରିଛି ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ 164 ରନ ଟାର୍ଗେଟ ଦେଇଥିଲା । ଶ୍ରୀଲଙ୍କା 108 ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ମୁକାବିଲାରେ ବିଜୟ ହାସଲ କରିଛି ନାମିବ୍ୟା । ଦ୍ବିତୀୟ ମୁକାବିଲାରେ ୟୁଏଇ ନେଦରଲାଣ୍ଡ ପରସ୍ପରକୁ ଭେଟିବେ ।

କ୍ବାଲିଫାୟର ରାଉଣ୍ଡର ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ନାମିବ୍ୟା 7 ୱିକେଟ ହରାଇ 163 ରନ କରିଥିଲା । ଦଳ ପକ୍ଷରୁ ଫ୍ରାଲିଙ୍କ 44 ଓ ସ୍ମିଥ ଅପରାଜିତ 31 ରନ କରିଥିଲେ । ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଥିଲା । 15 ଓଭର ସୁଦ୍ଧା 9 ୱିକେଟ ହରାଇ 92 ରନ କରିଥିଲା । ଏସିଆ କପ 2022 ବିଜେତା ଦଳ 108 ରନରେ ଅଲଆଉଟ ହୋଇଥିଲା ।

ଏହା ବି ପଢନ୍ତୁ...T20 World Cup: ୨୦୧୪ ଠାରୁ ICC ଟ୍ରଫି ଜିତିପାରିନି ଭାରତ, ଏଥର ଜିତିବ ତ

ଶ୍ରୀଲଙ୍କା ପାଳି...

ଆରମ୍ଭରୁ ହିଁ ବ୍ୟାଟିଂ ବପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । 4 ଓଭରରେ ଦଳ 21ରନ କରି 3ଟି ୱିକେଟ ହରାଇଥିଲା । ଏହା ପରେ କମବ୍ୟାକ କରି ପାରିନଥିଲା ଶ୍ରୀଲଙ୍କା । ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ଦଳ ପକ୍ଷରୁ ଦସୁନ ସନାକା ସର୍ବାଧିକ 29 ରନର ଇନିଂସ ଖେଳିଥିଲେ । ନାମିବ୍ୟା ଦେଇଥିବା ଟାର୍ଗେଟକୁ ହାସଲ କରିବା ଦଳ ପାଇଁ ସହଜ ନଥିଲା । 55 ରନରେ ଶ୍ରୀଲଙ୍କାକୁ ମାତ ଦେଇଛି ନାମିବ୍ୟା ।

ନାମିବ୍ୟା ପକ୍ଷରୁ ଡେଭିଡ ବିଜ, ବରନାଡ ବେନ 2ଟି ଲେଖାଏଁ ୱିକେଟ ନେଇଥିଲେ । ନାମିବ୍ୟା ମଧ୍ୟ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । 35 ରନରେ ଦଳ 3ଟି ୱିକେଟ ହରାଇଥିଲା । ମଧ୍ୟ ଭାଗରେ ଭଲ ସହଭାଗୀତା ପାଇଁ ଦଳ 163 ରନ କରିବାରେ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ମଧୁସନ 2 ୱିକେଟ ଓ ଅନ୍ୟ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Last Updated : Oct 16, 2022, 2:44 PM IST

ABOUT THE AUTHOR

...view details