ହବର୍ଟ: କୋରୋନା ସଂକ୍ରମିତ ହେଲେ ଆୟରଲାଣ୍ଡ ଅଲରାଉଣ୍ଡର ଜର୍ଜ ଡକ୍ରେଲ (George Dockrell) । ରବିବାର ଖେଳାଯାଇଥିବା ସୁପର ୧୨ ପର୍ଯ୍ୟାୟ ଶ୍ରୀଲଙ୍କା ବନାମ ଆୟରଲାଣ୍ଡ ମ୍ୟାଚ ପୂର୍ବରୁ ସେ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ଚଳିତ ଟି୨୦ ବିଶ୍ବକପର ପ୍ରଥମ କୋଭିଡ ପଜିଟିଭ ଘଟଣା । ହେଲେ ଆଇସିସି ନିୟମ ଅନୁଯାୟୀ ଯଦି ଦଳ ତରଫରୁ ଅନୁମତି ମିଳେ ସେ ବିଶ୍ବକପରେ ମ୍ୟାଚ ଖେଳିପାରିବେ ।
ଆୟରଲାଣ୍ଡ ଅଲରାଉଣ୍ଡର ଜର୍ଜ ଡକ୍ରେଲଙ୍କୁ କୋରୋନା - ଟି୨୦ ବିଶ୍ବକପ
କୋରୋନା ସଂକ୍ରମିତ ହେଲେ ଆୟରଲାଣ୍ଡ ଅଲରାଉଣ୍ଡର ଜର୍ଜ ଡକ୍ରେଲ (George Dockrell) । ଅଧିକ ପଢନ୍ତୁ
କରୋନା ସଂକ୍ରମିତ ହେଲେ ଆୟରଲାଣ୍ଡ ଅଲରାଉଣ୍ଡର ଜର୍ଜ ଡକ୍ରେଲ
ତେବେ ରବିବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଡକ୍ରେଲ 16 ବଲରୁ ୧୪ ରନର ଇନିଂସ ଖେଳିଥିଲେ । ତେବେ ଜର୍ଜ ଡକ୍ରେଲଙ୍କ କୋରୋନା ସଂକ୍ରମିତ ସୂଚନା ଦେଇ କହିଛି ଯେ, ଡକ୍ରେଲଙ୍କର କୋଭିଡ ପଜିଟିଭ ରିପୋର୍ଟ ଆସିଛି । ତେବେ ଟୁର୍ଣ୍ଣାମେଣ୍ଟର ଅଧିକାରୀ ୱେବସାଇଟ ଟି୨୦ ବିଶ୍ବକପ ଡଟ୍ କମ୍ର ରିପୋର୍ଟ ଅନୁଯାୟୀ ଜର୍ଜ ଡକ୍ରେଲଙ୍କ ଠାରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି ।