ଦୁବାଇ:ରବିବାର ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ହାଇଭୋଲଟେଜ୍ ଲଢେଇ ଦେଖିବ ବିଶ୍ବ । ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଏହି ମେଗା ମୁକାବିଲା ପାଇଁ ପାକିସ୍ତାନ କ୍ୟାପଟେନ ବାବର ଆଜମ ୧୨ ଜଣିଆ ସ୍କ୍ବାଡ ଘୋଷଣା କରିଛନ୍ତି ।
ଶନିବାର ସାମ୍ବାଦିକ ସମ୍ମିଳନୀରେ ସ୍କ୍ବାଡ ଘୋଷଣା କରିଛନ୍ତି ଆଜମ । ଘୋଷିତ ସ୍କ୍ବାଡ୍ରେ ଅଭିଜ୍ଞ ମହମ୍ମଦ ହାଫିଜ ଓ ସୋଏବ ମଲିକଙ୍କୁ ସାମିଲ କରାଯାଇଛି । ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଖେଳିବାର ବିଶେଷ ଅଭିଜ୍ଞତା ଏହି ଦୁଇ ଖେଳାଳିଙ୍କ ରହିଛି । ଫଳରେ ଉଭୟ ହାଫିଜ ଓ ସୋଏବଙ୍କ ଅଭିଜ୍ଞତାରୁ ଲାଭ ଉଠାଇବା ଲକ୍ଷ୍ୟରେ ରହିଛି ପାକିସ୍ତାନ ।
ପାକିସ୍ତାନ ସୁପର ଲିଗ ଷ୍ଟାର୍ ୨୧ ବର୍ଷୀୟ ସାହିନ ଆଫ୍ରିଦିଙ୍କୁ ମଧ୍ୟ ସ୍ଥାନ ମିଳିଛି । ପାକିସ୍ତାନ ଖେଳିଥିବା ଦୁଇ ଅଭ୍ୟାସ ମ୍ୟାଚ୍ରେ ସାହିନ ଦମଦାର ବୋଲିଂ ସହ ୪ଟି ୱିକେଟ ହାସଲ କରିଥିଲେ ।
ହାସଲ ଅଲୀ ମଧ୍ୟ ମେନ ଇନ ଗ୍ରୀନ୍ର ଷ୍ଟାର ଦ୍ରୁତ ବୋଲର ଭାବେ ସ୍ଥାନ ପାଇଛନ୍ତି ।