ନୂଆଦିଲ୍ଲୀ:ପୂର୍ବତନ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ଜମ୍ମୁ କାଶ୍ମୀର ନ୍ୟାସନାଲ କନ୍ଫରେନ୍ସ(NC) ନେତା ଓମାର ଅବଦୁଲ୍ଲା ସୋମବାର ଟିମ ଇଣ୍ଡିଆକୁ ସମାଲୋଚନା କରିଛନ୍ତି । ICC ପୁରୁଷ ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ ମହମ୍ମଦ ସାମିଙ୍କୁ ସୋସିଆଲ ମିଡିଆରେ ଶହଶହ ଫ୍ୟାନ୍ସ ଦେଶଦ୍ରୋହୀ ଦର୍ଶାଇ ଅଶାଳୀନ ଟିପ୍ପଣୀ କରିଥିଲେ । ସାଥୀ ଖେଳାଳି ସାମିଙ୍କ ସମର୍ଥନରେ ନ ବାହାରିବା କାରଣରୁ ଟିମ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ଓମାର ଅବଦୁଲ୍ଲା ।
ଅବଦୁଲ୍ଲା ଟ୍ବିଟରେ ଲେଖିଛନ୍ତି, "ମହମ୍ମଦ ସାମି ମଧ୍ୟ ସେହି ୧୧ ଜଣ ଖେଳାଳିଙ୍କ ମଧ୍ୟରେ ଥିଲେ ଯିଏ ଗତ ରାତିରେ ହାରିଛନ୍ତି, ସେ ଜଣେ ପଡିଆରେ ନଥିଲେ । ଟିମ ଇଣ୍ଡିଆ ତୁମର ଆଣ୍ଠୁ ମାଡି BLM ଅଭିଯାନକୁ ସମର୍ଥନ ଜଣାଇବାର ମାନେ କିଛି ନାହିଁ, ଯଦି ତୁମେ ସାଥୀ ଖେଳାଳିଙ୍କ ସମର୍ଥନ କରିବ ନାହିଁ ଯିଏ ସୋସିଆଲ ମିଡିଆରେ ଅତି ଭୟଙ୍କର ଭାବରେ ଟ୍ରୋଲ୍ର ଶିକାର ହୋଇଛନ୍ତି ।"