ଓଡିଶା

odisha

ETV Bharat / sports

T20 WC: ଏକା ଲଢିଲେ ବିରାଟ, ପାକିସ୍ତାନ ସାମ୍ନାରେ 152 ରନ୍‌ର ଟାର୍ଗେଟ ରଖିଲା ଭାରତ

ନିର୍ଦ୍ଧାରିତ ୨୦ ଓଭରରେ 7 ୱିକେଟ ହରାଇ 151 ରନ୍‌ ସଂଗ୍ରହ କରିଛି ଟିମ ଇଣ୍ଡିଆ । ଫଳରେ ପାକିସ୍ତାନ ସାମ୍ନାରେ 152 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 WC: kohli's fifty help india to set a target of 152 runs against pakistan
T20 WC: ଏକା ଲଢିଲେ ବିରାଟ, ପାକିସ୍ତାନ ସାମ୍ନାରେ 152 ରନ୍‌ର ଟାର୍ଗେଟ ରଖିଲା ଭାରତ

By

Published : Oct 24, 2021, 9:21 PM IST

Updated : Oct 24, 2021, 9:55 PM IST

ଦୁବାଇ:ଏଠାରେ ଖେଳାଯାଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ICC ପୁରୁଷ ଟି-୨୦ ବିଶ୍ବକପ ସୁପର ୧୨ ପର୍ଯ୍ୟାୟର ହାଇଭୋଲଟେଜ୍‌ ମୁକାବିଲା । ପାକିସ୍ତାନ କ୍ୟାପଟେନ ବାବର ଆଜମ ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଛି ଟିମ ଇଣ୍ଡିଆ । ଫଳରେ ପାକିସ୍ତାନ ସାମ୍ନାରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

କ୍ୟାପଟେନ ବିରାଟ କୋହଲି ପୁଣି ନିଜକୁ ବଡ ମ୍ୟାଚ୍‌ର ବଡ ଖେଳାଳି ବୋଲି ପ୍ରମାଣିତ କରିଛନ୍ତି । ୫୭ ରନ୍‌ର ଲଢୁଆ ଇଂନିସ ଖେଳି ଭାରତକୁ ୧୫୧ ରନ୍‌ ସଂଗ୍ରହରେ ପ୍ରମୁଖ ଭୁମିକା ନିଭାଇଛନ୍ତି । ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍‌ରଙ୍କ ପାଇଁ ପୁଣି ଆହ୍ବାନ ସାଜିଥିଲେ ବାମହାତୀ ଦ୍ରୁତ ବୋଲର । ଯୁବ ବାମହାତୀ ପାକିସ୍ତାନୀ ବୋଲର ସାହିନ ଆଫ୍ରିଦି ପାକିସ୍ତାନର ପୂରୁଣା ରଣନୀତିକୁ ଆପଣାଇ ରୋହିତ ଶର୍ମାଙ୍କୁ (0) ଏବଂ କେଏଲ ରାହୁଲଙ୍କୁ (୩) ରନ୍‌ରେ ଆଉଟ୍‌ କରିଥିଲେ ।

ଫଳରେ ମାତ୍ର ୬ ରନ୍‌ରେ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ଟିମ ଇଣ୍ଡିଆ । ପରେ ସୂର୍ଯ୍ୟକୁମାର ଯାଦବ କ୍ୟାପେଟନ ବିରାଟ କୋହଲିଙ୍କ ସହ ମିଶି କିଛି ସମୟ ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ । ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ ଯୋଡିରେ ୨୫ ରନ୍‌ର ଭାଗିଦାରୀ ହୋଇଥିଲା । ହସନ ଅଲୀ ସୂର୍ଯ୍ୟକୁମାରଙ୍କୁ ୧୧ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ପାଭିଲିଅନ ପଠାଇବା ପରେ ଭାରତର ସ୍କୋର ୩୧/୩ ହୋଇଥିଲା ।

ଏହାପରେ ଋଷଭ ପନ୍ତ ବ୍ୟାଟିଂ ପାଇଁ ଆସିଥିଲେ । କୋହଲିଙ୍କ ସହ ମିଶି ପନ୍ତ ଭାରତର ସ୍କୋର ୧୩ଓଭର ସୁଦ୍ଧା ୮୪ରେ ପହଞ୍ଚାଇଥିଲେ । ମାତ୍ର ବଡ୍‌ ସଟ୍‌ ଖେଳି ପଡିଆରେ ଜମିଆସୁଥିବା ପନ୍ତଙ୍କୁ ସଦାଦ ଖାନ ଆଉଟ୍‌ କରିଥିଲେ ।

ମାତ୍ର କୋହଲି ଲଢୁଆ ବ୍ୟାଟିଂ ଜାରି ରଖିବା ସହ ୧୯ତମ ଅର୍ଦ୍ଧଶତକ ହାସଲ କରିଥିଲେ ଓ ୫୭ ରନ୍‌ର ଇଂନିସ ଖେଳିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୧୫୧/୭(ବିରାଟ କୋହଲି ୫୭, ଋଷଭ ପନ୍ତ ୩୯; ସାହିନ ଶାହ ଆଫ୍ରିଦି ୩-୩୧) ବନାମ ପାକିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2021, 9:55 PM IST

ABOUT THE AUTHOR

...view details