ମସକଟ୍(ଓମାନ):ଚଳିତ ଟି-୨୦ ବିଶ୍ବକପର ଗ୍ରୁପ ବି' ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍ ବାଂଲାଦେଶ ଓ ଓମାନ ମଧ୍ୟରେ ଜାରିରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରିବା ପରେ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୫୩ ରନ୍ ସଂଗ୍ରହ କରିଛି ବାଂଲଦେଶ ।
ଟିମ ପକ୍ଷରୁ ଓପନର ମହମ୍ମଦ ନେଇମ ସର୍ବାଧିକ ୬୪ ରନ୍ର ଇଂନିସ ଖେଳିଛନ୍ତି । ୫୦ ବଲ୍ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ନେଇମ । ସେହିପରି ସାକିବ-ଅଲ୍ ହସନ ୨୯ ବଲ୍ରୁ ଦ୍ରୁତ ୪୨ ରନ୍ର ଇଂନିସ ଖେଳିଛନ୍ତି ।
ତେବେ ଅନ୍ୟ କୌଣସି ବ୍ୟାଟର ସଫଳ ହୋଇନଥିଲେ । ଲିଟନ ଦାସ ୬, ମେହେଦୀ ହସନ ୦, କ୍ୟାପଟେନ ମହମୁଦୁଲ୍ଲା ୧୭ ଓ ମୁସଫିକର ରହୀମ ୬ ରନ୍ କରି ନିରାଶ କରିଥିଲେ । ଏପରିକି ୮ଜଣ ବ୍ୟାଟ୍ର ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ ।