ଓଡିଶା

odisha

By

Published : Oct 18, 2021, 4:40 PM IST

ETV Bharat / sports

ଟି-୨୦ ବିଶ୍ବକପ: ଆଜି ଅଭ୍ୟାସ ମ୍ୟାଚ୍‌ରେ ବିରାଟବାହିନୀର ଶକ୍ତି ପରୀକ୍ଷା

ଦୁବାଇର ICC ଏକାଡେମୀ ଗ୍ରାଉଣ୍ଡରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ ବିରାଟ ବାହିନୀ । ଅଧିକ ପଢନ୍ତୁ...

Ind vs Eng Warm Up Match
ଟି-୨୦ ବିଶ୍ବକପ: ଆଜି ଅଭ୍ୟାସ ମ୍ୟାଚ୍‌ରେ ବିରାଟବାହିନୀର ଶକ୍ତି ପରୀକ୍ଷା

ହାଇଦ୍ରାବାଦ: ଟି-୨୦ ବିଶ୍ବକପ ପୂର୍ବରୁ ଆଜି (ଅକ୍ଟୋବର ୧୮) ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ । ଦୁବାଇର ICC ଏକାଡେମୀ ଗ୍ରାଉଣ୍ଡରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ ବିରାଟ ବାହିନୀ । ଉଭୟ ଭାରତ ଓ ଇଂଲଣ୍ଡ ସେମାନଙ୍କ ମୁଖ୍ୟ ମ୍ୟାଚ୍‌ ପୂର୍ବରୁ ଦୁଇଟି ଲେଖାଏଁ ଅଭ୍ୟାସ ମ୍ୟାଚ୍‌ ଖେଳିବା ନେଇ ସୂଚୀ ରହିଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ ଖେଳିବାର ସୂଚ ରହିଥିବାବେଳେ, ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ଅଭ୍ୟାମ ମ୍ୟାଚ୍‌ ସୂଚୀ ରହିଛି ।

ଟି-୨୦ ବିଶ୍ବକପ

ଉଭୟ ଟିମ ସୁପର ୧୨ ପର୍ଯ୍ୟାୟରେ ଅଭିଯାନ ଆରମ୍ଭ କରିବେ । ଭାରତର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ସହ ରହିଛି । ଅକ୍ଟୋବର ୨୪ରେ ଏହି ହାଇଭୋଲଟେଜ୍‌ ଲଢେଇ ଖେଳାଯିବ । ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷରେ ଅକ୍ଟୋବର ୨୩ରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଇଆନ ମୋର୍ଗାନଙ୍କ ଟିମ ।

ଭାରତ ବନାମ ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌

ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଚତୁର୍ଥ IPL ଟାଇଟେଲ ହାସଲ କରିବା ପରେ ଟିମ ମେଣ୍ଟର ଭାବେ ଭାରତୀୟ କ୍ୟାମ୍ପରେ ଯୋଗ ଦେଇଛନ୍ତି ।

ନଜର ପକାନ୍ତୁ ସୋମବାର ଭାରତୀୟ ଟିମ ଖେଳିବାକୁ ଥିବା ଅଭ୍ୟାସ ମ୍ୟାଚ୍‌ ଉପରେ...

  • କେଉଁଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅଭ୍ୟାସ ମ୍ୟାଚ୍‌ ?
  • ଭାରତ ଓ ଇଂଲଣ୍ଡ ମଧ୍ୟରେ ସୋମବାର( ଅକ୍ଟୋବର ୧୮) ରେ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ ।
  • ଭାରତ ବନାମ ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌ ଆରମ୍ଭର ସମୟ ?
  • ଭାରତ ବନାମ ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ । ସନ୍ଧ୍ୟା ୭.୦୦ଟା ଟସ୍‌ ପଡିବାର ସମୟ ରହିଛି ।
  • ଭାରତ ବନାମ ଇଂଲଣ୍ଡ ଟି-୨୦ ବିଶ୍ବକପ ଅଭ୍ୟାସ ମ୍ୟାଚ୍‌ କେଉଁଠାରେ ଖେଳାଯିବ ?
  • ICC ଟି-୨୦ ବିଶ୍ବକପ ୨୦୨୧ ଭାରତ ବନାମ ଇଂଲଣ୍ଡ ଦୁବାଇର ICC ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ ।
  • ଭାରତ ବନାମ ଇଂଲଣ୍ଡ ଟି-୨୦ ବିଶ୍ବକପ ଅଭ୍ୟାସ ମ୍ୟାଚ୍‌ର ପ୍ରସାରଣ କିପରି ଦେଖିହେବ ?
  • ଭାରତ ବନାମ ଇଂଲଣ୍ଡ ଟି-୨୦ ବିଶ୍ବକପ ଅଭ୍ୟାସ ମ୍ୟାଚ୍‌ ଷ୍ଟାର ସ୍ପୋର୍ଟ୍ସ୧/୧HD, ଷ୍ଟାର ସ୍ପୋର୍ଟ୍ସ ୧ ହିନ୍ଦି/୧ HD ହିନ୍ଦି, ଷ୍ଟାର ସ୍ପୋର୍ଟ୍ସ ୧ ତାମିଲ, ତେଲୁଗୁ ଓ ୧ କାନାଡାରେ ଲାଇଭ ଟେଲିକାଷ୍ଟ ହେବ ।
  • ଭାରତର ପରବର୍ତ୍ତୀ ଅଭ୍ୟାସ ମ୍ୟାଚ୍‌ କେବେ ରହିଛି ?
  • ବୁଧବାର ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details