ଓଡିଶା

odisha

By

Published : Aug 14, 2021, 9:14 PM IST

ETV Bharat / sports

T20 WC 2021: ଅଂଶଗ୍ରହଣକାରୀ ଟିମଙ୍କ ପାଇଁ ICCର ନିୟମ ଘୋଷଣା

UAEରେ ଚଳିତ ବର୍ଷ ଶେଷ ଭାଗର ଖେଳାଯିବାକୁ ଥିବା ଟି୨୦ ବିଶ୍ବକପ ପାଇଁ ICC ଟିମ ଗୁଡିକ ପାଇଁ ଖାସ୍‌ ନିୟମ ଘୋଷଣା କରିଛି । ଅଧିକ ପଢନ୍ତୁ...

vT20 world cup 2021: ICC Announces Rules for Teams
T20 WC 2021: ଅଂଶଗ୍ରହଣକାରୀ ଟିମଙ୍କ ପାଇଁ ICCର ନିୟମ ଘୋଷଣା

ହାଇଦ୍ରାବାଦ: ଆଗାମୀ ଟି୨୦ ବିଶ୍ବକପ(T20 World Cup 2021) ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଅଂଶଗ୍ରହଣକାରୀ ଦେଶ ଗୁଡିକ ଉଦ୍ଦେଶ୍ୟରେ ନିୟମାବଳୀ ଜାରି କରିଛି । ଫଟାଫଟ କ୍ରିକେଟର ଏହି ସଂସ୍କରଣର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ରାଷ୍ଟ୍ର ଏମିରେଟ୍‌ସରେ (UAE)ରେ ଖେଳାଯିବ । ଫଳରେ ଟୁର୍ଣ୍ଣାମେଣ୍ଟ ପାଇଁ ୧୫ଜଣ ଖେଳାଳି ଓ ୮ଜଣ ଅଧିକାରୀଙ୍କୁ ଆଇସିସି ପକ୍ଷରୁ ଅନୁମତି ମିଳିଛି ।

ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ, ଅଂଶଗ୍ରହଣକାରୀ ଦେଶପାଇଁ ଆଇସିସି ଚୂଡାନ୍ତ ୧୫ ଖେଳାଳି, କୋଚ୍‌ ଓ ଜଣିଆ ସପୋର୍ଟ ଷ୍ଟାଫଙ୍କ ସୂଚୀ ପଠାଇବାକୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛି । COVID୧୯ ସ୍ଥିତି ଓ ବାୟୋବବଲ ସୁରକ୍ଷା ସ୍ଥିତି କାରଣରୁ ଟି୨୦ ବିଶ୍ବକପରେ ଭାଗ ନେଇଥିବା ଦେଶଙ୍କୁ ଅତିରିକ୍ତ ଖେଳାଳିଙ୍କୁ ଟିମସହ ଆଣିବାକୁ ଅନୁମତି ପ୍ରଦାନ କରିଛି । ମାତ୍ରା ଏହାର ଖର୍ଚ୍ଚ ଉକ୍ତ ବୋର୍ଡ ବହନ କରିବେ । ଆଇସିସି କେବଳ ୧୫ଜଣ ଖେଳାଳି ଓ ୮ ଅଧିକାରୀଙ୍କ ଖର୍ଚ୍ଚ ବହନ କରିବ ।

ବର୍ଷ ୨୦୧୬ ପରେ ପ୍ରଥମ ଥର ଆୟୋଜିତ ହେଉଥିବା ଟି୨୦ ବିଶ୍ବକପ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଓମାନ ଓ ୟୁଏଇରେ ଖେଳାଯିବ । ୮ ଟିମ ବିଶିଷ୍ଟ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ୨୩ ସେପ୍ଟେମ୍ବରରୁ ଖେଳାଯିବ, ଯେଉଁଥିରେ ଶ୍ରୀଲଙ୍କା , ବାଂଲାଦେଶ ଓ ଆୟରଲାଣ୍ଡ ସାମିଲ ରହିଛି । ଏଥିରୁ ୪ଟି ଟିମ ସୁପର-୧୨ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details