ଓଡିଶା

odisha

ETV Bharat / sports

T20 World Cup: ଭାରତୀୟ ସ୍କ୍ବାଡ୍‌ରୁ ବାଦ୍‌ ପଡିଲେ ଚହଲ, ଚିଡିଗଲେ ଧନଶ୍ରୀ

ଚହଲଙ୍କୁ ଟି୨୦ ବିଶ୍ବକପ ସ୍କ୍ବାଡ୍‌ରେ ସ୍ଥାନ ନ ମିଳିବା ପରେ ଧନଶ୍ରୀ କହିଲେ 'ଏ ସମୟ ବି ବିତିଯିବ' । ଅଧିକ ପଢନ୍ତୁ...

T20 World Cup: Wife reacts after Chahal not picked in India squad
T20 World Cup: ଭାରତୀୟ ସ୍କ୍ବାଡ୍‌ରୁ ବାଦ୍‌ପଡିଲେ ଚହଲ, ଚିଡିଗଲେ ଧନଶ୍ରୀ

By

Published : Sep 9, 2021, 4:10 PM IST

ହାଇଦ୍ରାବାଦ: "ମା' କୁହନ୍ତି ଏ ସମୟ ବି ବିତିଯିବ । ମୁଣ୍ଡ ଉଚ୍ଚା କରି ଚାଲିବା ଉଚିତ୍‌ କାରଣ ଦକ୍ଷତା ଓ ଭଲ କମ ସର୍ବଦା ସାଥ୍‌ ଦେଇଥାଏ । ଭଗବାନ ସର୍ବଦା ମହାନ ।" ବୁଧବାର ଘୋଷଣା ହୋଇଥିବା ଭାରତୀୟ ଟି୨୦ ବିଶ୍ବକପ ସ୍କ୍ବାଡ୍‌ରେ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ସ୍ଥାନ ନ ମିଳିବା ପରେ ପତ୍ନୀ ଧନଶ୍ରୀ ବର୍ମା ଏପରି ପ୍ରତିକ୍ରିୟା ରଖିଛନ୍ତି ।

ଧନଶ୍ରୀଲ ବର୍ମାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଟି୨୦ କ୍ରିକେଟରେ ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି ଚହଲ । ୪୯ଟି ମ୍ୟାଚ୍‌ରୁ ୨୫.୩୦ ହାରରେ ୮.୩୨ ଇକୋନୋମି ରେଟ୍‌ ସହ ୬୩ ୱିକେଟ ଅକ୍ତିଆର କରିଛନ୍ତି ଚହଲ । ମାତ୍ର ବୁଧବାର ମେଗା ଟି୨୦ ବିଶ୍ବକପ ପାଇଁ ଚହଲଙ୍କ ନାମ ସ୍କ୍ବାଡରେ ନଥିଲା । ଭାରତ ୫ଜଣ ସ୍ପିନ ବିକଳ୍ପ ଚୟନ କରିଛି । ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ରାହୁଲ ଚହର । ଖେଳାଳିଙ୍କ ନାମ ଘୋଷଣା ପରେ ଟି୨୦ ବିଶ୍ବକପ ସ୍କ୍ବାଡ୍‌ରୁ ଚହଲ ବାଦ ପଡିଥିବା ନେଇ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବାସହ ସୋସିଆଲ ମିଡିଆରେ ପ୍ରତିକ୍ରିୟୀଶୀଳ ହୋଇଥିଲେ ।

ଏହି ଖବର ଚହଲଙ୍କ ପତ୍ନୀ ତଥା ଜଣାଶୁଣା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମଧ୍ୟ ଚକିତ ହୋଇଛନ୍ତି । ଧନଶ୍ରୀ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଆରା ଭାବରେ ଏ ସମୟ ବି ବିତିଯିବ ବୋଲି ଲେଖିଛନ୍ତି ।

ଚହଲଙ୍କୁ ସାମିଲ ନ କରାଯିବା ନେଇ ପ୍ରଶ୍ନର ଉତ୍ତରରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ଚୟନ କମିଟି ଚେୟାରମ୍ୟାନ୍‌ ଚେତନ ଶର୍ମା କହିଛନ୍ତି ସେମାନେ ଏମିତି ଜଣେ ସ୍ପିନରଙ୍କୁ ଚାହୁଁଥିଲେ ଯିଏକି ଦ୍ରୁତ ଓ ପିଚ୍‌ର ଲାଭ ଉଠାଇପାରିବ, ଏହି ଆବଶ୍ୟକତା ମାନଦଣ୍ଡରେ ଚହଲଙ୍କ ଠାରୁ ଚହର ଆଗରେ ରହିଲେ ।

UAEରେ ଖେଳାଯିବାକୁ ଥିବା IPL 2021ର ଦ୍ବିତୀୟ ଭାଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆକ୍ସନରେ ନଜର ଆସିବେ ଚହଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details