ଓଡିଶା

odisha

ETV Bharat / sports

T-20 WC: ଆୟରଲ୍ୟାଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବିଶାଳ ବିଜୟ - ଆୟରଲ୍ୟାଣ୍ଡ ବନାମ ଶ୍ରୀଲଙ୍କା

ଲଗାତାର ଦ୍ବିତୀୟ ମ୍ୟାଚ ଜିତି ସୁପର-୧୨ ରାଉଣ୍ଡ ଆଶା ଉଜ୍ଜିବୀତ କରିଛି । ଗ୍ରୁପ-ଏର ଏକ ମ୍ୟାଚରେ ଆୟରଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୧ରନ ରନ ସଂଗ୍ରହ କରିଥିଲା ଶ୍ରୀଲଙ୍କା । ଜବାବରେ ୧୮.୩ ଓଭରରେ ୧୦୧ ରନ କରି ଅଲ ଆଉଟ ହୋଇଥିଲା ଆୟରଲ୍ୟାଣ୍ଡ । ଅଧିକ ପଢନ୍ତୁ...

ଆୟର୍ଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବିଶାଳ ବିଜୟ
ଆୟର୍ଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବିଶାଳ ବିଜୟ

By

Published : Oct 21, 2021, 7:04 AM IST

ଆବୁଧାବି: ଟି-ଟ୍ବେଣ୍ଟି ବିଶ୍ବ କପ ଯୋଗ୍ୟତା ରାଉଣ୍ଡରେ ବିଶାଳ ବିଜୟ ହାସଲ କରିଛି ଶ୍ରୀଲଙ୍କା । ଲଗାତାର ଦ୍ବିତୀୟ ମ୍ୟାଚ ଜିତି ସୁପର-୧୨ ରାଉଣ୍ଡରେ ଆଶା ଉଜ୍ଜିବୀତ କରିଛି । ଗ୍ରୁପ-ଏର ଏକ ମ୍ୟାଚରେ ଆୟରଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୧ରନ ରନ ସଂଗ୍ରହ କରିଥିଲା ଶ୍ରୀଲଙ୍କା । ଜବାବରେ ୧୮.୩ ଓଭରରେ ୧୦୧ ରନ କରି ଅଲ ଆଉଟ ହୋଇଥିଲା ଆୟରଲ୍ୟାଣ୍ଡ ।

ଟସ ଜିତି ଆୟରଲ୍ୟାଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର କୁଶଲ ପେରେରା ଖାତା ଖୋଲି ନପାରିଥିବାବେଳେ ଦିନେଶ ଚାନ୍ଦିମଲ ୬ ଓ ଅଭିଷ୍କା ଫର୍ଣ୍ଣାଣ୍ଡୋ ବିନା ରନରେ ପାଭିଲିୟନ ଫେରିଥିଲେ । ମାତ୍ର ୮ରନରେ ଶ୍ରୀଲଙ୍କାର ୩ଟି ୱିକେଟ ପତନ ହୋଇଥିଲା । ଦଳ ଏକଦମ ସଂଙ୍କଟରେ ପଡିଯାଇଥିଲା । ଅପରାଜିତ ଓପନର ପଥୁମ ନିଶାଙ୍କାଙ୍କ ସହ ୱାନିଣ୍ଡୁ କ୍ରିଜରେ ଯୋଗ ଦେବା ପରେ ସ୍ଥିତିରେ ସୁଧାର ଆସିଥିଲା । ଉଭୟ ଭଲ ସଟ ଖେଳିଥିଲେ । ଦଳୀୟ ସ୍କୋର ୧୨୩ ରନ ବେଳକୁ ଚତୁର୍ଥ ୱିକେଟ ପତନ ହୋଇଥିଲା । ନିଶାଙ୍କ ୪୭ ବଲରୁ ୬୧ ରନ ହାସଲ କରିଥିଲାବେଳେ ହସରଙ୍ଗା ୭୧ ରନ କରିଥିଲେ । ୨୦ ଓଭରରେ ଶ୍ରୀଲଙ୍କା ୭ ୱିକେଟ ହରାଇ ୧୭୧ ହାସଲ କରିଥିଲା । ଆୟର୍ଲାଣ୍ଡକୁ ୧୭୨ରନର ଟାର୍ଗେଟ ଦେଇଥିଲା ।

ବିଜୟ ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିଲା ଆୟରଲ୍ୟାଣ୍ଡ ଦଳ । ଶ୍ରୀଲଙ୍କାର ଶୃଙ୍ଖଳିତ ବୋଲିଂ ଆଗରେ ଆୟରଲ୍ୟାଣ୍ଡର ବ୍ୟାଟିଂ ଫିକା ପଡିଥିଲା । ୩୨ ରନ ବେଳକୁ ଦଳର ୩ଟି ୱିକେଟ ପତନ ହୋଇଥିଲା । କେଭିନ ବ୍ରାଏନ ୫, ପଲ୍ ଷ୍ଟୃର୍ଲିଂ ୭ ଓ ଗ୍ୟାରେଥ ଡେଲାନି ୨ ରନ କରି ଆଉଟ ହୋଇଥିଲେ । ଏହାପରେ ଅଧିନାୟକ ଆଣ୍ଡି ବଲବରାଇନ ଓ କର୍ଟିସ କାମ୍ଫର ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ । ଉଭୟ ଚତୁର୍ଥ ୱିକେଟରେ ୫୩ ରନ ଯୋଡିଥିଲେ । ଦଳୀୟ ସ୍କୋର ୮୫ ବେଳେ କାମ୍ଫର ଆଉଟ ହୋଇଥିଲେ । ଦଳର ସ୍ଥିତି ବିଗିଡିବାରେ ଲାଗିଥିଲା । ୧୦୧ରେ ଆୟର୍ଲାଣ୍ଡ ଦଳ ଅଟକି ଯାଇଥିଲା । ଯାହାର ପରିଣାମ ଶ୍ରୀଲଙ୍କା ବିଶାଳ ବିଜୟ ହାସଲ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ମହିଶ ଥିକସନା ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଚାମିକା ଓ ଲାହିରୁ କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details