ଓଡିଶା

odisha

ETV Bharat / sports

T20 WORLD CUP: ବାଂଲାଦେଶକୁ ୬ ରନରେ ହରାଇଲା ସ୍କଟଲାଣ୍ଡ - Bangladesh

ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଶକ୍ତିଶାଳୀ ବାଂଲାଦେଶକୁ ୬ ରନରେ ପରାସ୍ତ କରିଛି। ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ ୭ ୱିକେଟ ହରାଉ ୧୩୪ ରନ କରିବାକୁ ସକ୍ଷମ ହୋଇଥିଲା । ସ୍କଟଲାଣ୍ଡକୁ ବିଜୟୀ କରିବାରେ ହିରୋ ସାଜିଥିଲେ କ୍ରିସ ଗ୍ରୋଭସ । ଅଧିକ ପଢନ୍ତୁ...

ବାଂଲାଦେଶକୁ ୬ ରନରେ ହରାଇଲା ସ୍କଟଲାଣ୍ଡ
ବାଂଲାଦେଶକୁ ୬ ରନରେ ହରାଇଲା ସ୍କଟଲାଣ୍ଡ

By

Published : Oct 18, 2021, 7:05 AM IST

ମସକଟ୍‌:ଟି-ଟ୍ବେଣ୍ଟି ବିଶ୍ବକପ ଆରମ୍ଭରୁ ଦମ୍ ଦେଖାଇଛି ସ୍କଟଲାଣ୍ଡ । ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଶକ୍ତିଶାଳୀ ବାଂଲାଦେଶକୁ ୬ ରନରେ ପରାସ୍ତ କରିଛି । ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ ୭ ୱିକେଟ ହରାଇ ୧୩୪ ରନ କରିବାକୁ ସକ୍ଷମ ହୋଇଥିଲା । ସ୍କଟଲାଣ୍ଡକୁ ବିଜୟୀ କରିବାରେ ହିରୋ ସାଜିଥିଲେ କ୍ରିସ ଗ୍ରୋଭସ ।

ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ମ୍ୟାଚ୍‌ ବାଂଲାଦେଶ ଓ ସ୍କଟ୍‌ଲାଣ୍ଡ ମଧ୍ୟରେ ହୋଇଥିଲା । ଗ୍ରୁପ୍‌ ବି'ର ଏହି ଦ୍ବିତୀୟ ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ କ୍ୟାପଟେନ ମହମ୍ମୁଦୁଲ୍ଲା ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୦ ରନ୍‌ ସଂଗ୍ରହ କରିଥିଲା । ବାଂଲାଦେଶ ସାମ୍ନାରେ 141 ରନର୍‌ ବିଜୟ ଲକ୍ଷ୍ୟ ରହିଥିଲା ।

ସ୍କଟଲାଣ୍ଡ୍‌ ପକ୍ଷରୁ କ୍ରିସ ଗ୍ରେଭ୍‌ସ ସର୍ବାଧିକ ୪୫ ରନ୍‌ର ଇଂନିସ ଖେଳିଥିଲେ । ୨୮ ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ଉପଯୋଗୀ ୪୫ ରନ୍‌ କରିଥିଲେ । ସେହିପରି ଓଫନର ଜର୍ଜ ମୁନସେ ୨୯ ଓ ମାର୍କ ୱାଟ୍‌ ୨୨ ରନ୍‌ର ଯୋଡିଥିଲେ । ୫୩ ରନ୍‌ରେ ୬ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ସ୍କଟଲାଣ୍ଡ । ମାତ୍ର ଗ୍ରେଭ୍‌ସ ଓ ୱାଟ୍‌ ସପ୍ତମ ୱିକେଟ ଯୋଡିରେ ଦମଦାର ଭାଗିଦାରୀ ସହ ଦଳୀୟ ସ୍କୋର ୧୦୦ ପାର୍‌ କରାଇଥିଲେ ।

୧୪୧ରନ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲେ ବାଂଲାଦେଶ ଟିମ । ମାତ୍ର ୧୮ ରନରେ ଦୁଇ ଓପନର ସୌମ୍ୟ ସରକାର ଓ ଲିଟନ ସଅଳ ପାଭିଲିୟନ ଫେରିଥିଲେ । ଏହାପରେ ସାକିବ ଓ ମୁସଫିକର ସଂଘର୍ଷ କରିଥିଲେ । ସ୍କଟଲାଣ୍ଡ ବୋଲରମାନେ ମାପିଚୁପି ବୋଲିଂ କରିଥିଲେ । ଫଳରେ ବାଂଲାଦେଶ ରନ ଗତି ଧିମା ହୋଇଥିଲା । ୪୭ ରନ ବେଳକୁ ୨୦ ରନ କରି ଆଉଟ ହୋଇଥିଲେ ସାକିବ । ପରେ ପରେ ମୁସଫିକର ପାଭିଲିୟନ ଫେରିଥିଲେ । ଶେଷ ୩ ଓଭରରେ ବିଜୟ ପାଇଁ ୩୭ ରନ ଦରକାର ଥିଲା । ମାର୍କ ୱାଟ ସେଟ ସବୁ ଓଲଟପାଲଟ କରି ଦେଇଥିଲେ । ୧୮ ଓଭରର ତୃତୀୟ ବଲରେ ଅଫିପଙ୍କୁ ଆଉଟ କରିଥିଲେ । ପର ଓଭରରେ ବ୍ରାଡ ହ୍ବିଲ ଦୁଇଟି ୱିକେଟ ନେଇ ସ୍କଟଲାଣ୍ଡର ବିଜୟ ନିଶ୍ଚିନ୍ତ କରିଥିଲେ ।

ବାଂଲାଦେଶ ପକ୍ଷରୁ ମେହେଦୀ ହସନ ସବୁଠୁ ସଫଳତମ ବୋଲର ହୋଇଛନ୍ତି । ୪ ଓଭର ବୋଲିଂ କରି ୧୯ ରନ୍‌ ବ୍ୟୟରେ ୩ଟି ୱିକେଟ ହାତେଇଛନ୍ତି । ସାକିବ ଅଲ-ହସନ ଓ ମୁସ୍ତାଫିଜୁର ରେହମାନ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଟସକିନ ଅହମ୍ମଦ ଓ ସାଇଫୁଦ୍ଦିନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details