ହାଇଦ୍ରାବାଦ:ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣର ପ୍ଲେ-ଅଫ୍ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଅଜବ ସମୀକରଣ ଦେଖିବାକୁ ମିଳିଛି । ରୋହିତ ଶର୍ମାଙ୍କ ନେତୃତାଧୀନ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅଫ୍ ଖେଳିବା ଆଶା ଏବେ ଆଶଙ୍କାରେ । ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବିପକ୍ଷରେ ବଡ ପରାଜୟ ପରେ ମୁମ୍ବାଇର ଚିନ୍ତା ବଢିଯାଇଛି । ଫଳରେ ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ରହିଛି ଯେ, ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ଲେ-ଅଫ୍ ରାସ୍ତା ବନ୍ଦ ହୋଇଛି ନା ଏବେବି ଯୋଗ୍ୟତା ଅର୍ଜନ କରିବାକୁ କିଛି ସୁଯୋଗ ରହିଛି ?
ରବିବାର ପରାଜୟ ପରେ ଡିଫେଣ୍ଡିଂ ଚମ୍ପିଆନ ୧୦ଟି ମ୍ୟାଚ୍ରୁ ୮ ପଏଣ୍ଟ ସହ ଏବେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନକୁ ଖସିଆସିଛି । IPL 2021ର ପ୍ରଥମ ପର୍ଯ୍ୟାୟ ଲିଗ୍ର ଶେଷ ସୁଦ୍ଧା ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଥିଲା । ମାତ୍ର କ୍ରମାଗତ ୩ଟି ପରାଜୟ ପ୍ଲେ-ଅଫ୍ ରାସ୍ତା କଠିନ କରିଛି । ମାତ୍ର ଏହା ଶେଷ ହୋଇନାହିଁ ।