ଓଡିଶା

odisha

By

Published : Sep 19, 2021, 4:54 PM IST

ETV Bharat / sports

IPL: ମ୍ୟାଚ୍‌ ଦେଖିବେନି ୧୬ ବର୍ଷରୁ କମ ବୟସ୍କ ଫ୍ୟାନ୍ସ

ଶାରଜାହ କ୍ରିକେଟ ଷ୍ଟାଡିୟମ ଭିତରକୁ ପ୍ରବେଶ ନିୟମରେ ସାମାନ୍ୟ ଭିନ୍ନ ନିୟମ ରହିଛି । ଏହି ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ଚାହୁଁଥିଲେ ଅତିକମରେ ଫ୍ୟାନ୍ସଙ୍କ ବୟସ ୧୬ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଅଧିକ ପଢନ୍ତୁ...

IPL 2021: Fans below 16 not allowed entry at Sharjah stadium
IPL: ମ୍ୟାଚ୍‌ ଦେଖିବେନି ୧୬ ବର୍ଷରୁ କମ ବୟସର ଫ୍ୟାନ୍ସ

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗ(IPL) ୧୪ତମ ସଂସ୍କରଣର ଦ୍ବିତୀୟ ଭାଗ ଆଜି ଠାରୁ(ରବିବାର) ଆରମ୍ଭ ହେଉଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) UAEରେ ଫ୍ୟାନ୍ସଙ୍କୁ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବାକୁ ଗ୍ରୀନ ସିଗନାଲ ଜଣାଇଛି । ଦୁବାଇ, ଆବୁଧାବି ଓ ଶାରଜାହ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ବଳକା ମ୍ୟାଚ୍‌ ସବୁ ଖେଳାଯିବ । ତେବେ COVID-୧୯ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ କଡା କଟକଣା ରଖାଯାଇଛି । ସମସ୍ତ ଗୁରୁତ୍ବପୂର୍ଣ୍ଣ ନିୟମାବଳୀ ସମସ୍ତ ୮ଟି ଫ୍ରାଞ୍ଚାଇଜଙ୍କୁ ଜଣାଇ ଦିଆଯାଇଛି ।

IPL: ମ୍ୟାଚ୍‌ ଦେଖିବେନି ୧୬ ବର୍ଷରୁ କମ ବୟସର ଫ୍ୟାନ୍ସ

ନିୟମ ଅନୁଯାୟୀ, ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମକୁ ମ୍ୟାଚ୍‌ ଦେଖିବାକୁ ଚାହୁଁଥିବା ଫ୍ୟାନ୍ସଙ୍କୁ ପ୍ରବେଶର 48 ଘଣ୍ଟା ମଧ୍ୟରେ ହୋଇଥିବା PCR ଟେଷ୍ଟର ଆବଶ୍ୟକତା ନାହିଁ ମାତ୍ର ଦୁଇଟି ଡୋଜ୍‌ ଟିକା ନେଇଥିବା ପ୍ରମାଣପତ୍ର ଥିବା ଜରୁରୀ । ସମସ୍ତ ଫ୍ୟାନ୍ସଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହିତ ସବୁ ସମୟରେ ମାସ୍କ ପିନ୍ଧିବାକୁ ହେବ । କେବଳ ୧୨ ବର୍ଷରୁ କମ ବୟସର ହୋଇଥିଲେ ଟିକା ପ୍ରମାଣପତ୍ର ଦେଖାଇବା ନିୟମରେ କୋହଳ ହେବ । ନିଜ ମୋବାଇଲରେ ଫ୍ୟାନ୍ସ ଟିକେଟ ଡାଉନଲୋଡ୍‌ କରିବେ ଓ ଗେଟ୍‌ରେ ସ୍କାନିଂ କରି ଭିତରକୁ ପ୍ରବେଶ କରିବେ ।

ତେବେ ଶାରଜାହ କ୍ରିକେଟ ଷ୍ଟାଡିୟମ ଭିତରକୁ ପ୍ରବେଶ ନିୟମରେ ସାମାନ୍ୟ ଭିନ୍ନ ନିୟମ ରହିଛି । ଏହି ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ଚାହୁଁଥିଲେ ଅତିକମରେ ଫ୍ୟାନ୍ସଙ୍କ ବୟସ ୧୬ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଗେଟ୍‌ରେ ପ୍ରବେଶ ସମୟରେ ଫ୍ୟାନ୍ସଙ୍କୁ ଦୁଇଟି ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ସହିତ ୪୮ ଘଣ୍ଟା ମଧ୍ୟରେ ହୋଇଥିବା PCR ଟେଷ୍ଟ ରେଜଲ୍ଟ ଦେଖାଇବାକୁ ହେବ ।

ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ମଧ୍ୟ ୧୬ ବର୍ଷରୁ ଅଧିକ ବୟସର ଫ୍ୟାନ୍ୟଙ୍କୁ ଟିକା ପ୍ରମାଣପତ୍ର ସହିତ ୪୮ ଘଣ୍ଟା ମଧ୍ୟରେ ହୋଇଥିବା PCR ଟେଷ୍ଟ ରେଜଲ୍ଟ ଦେଖାଇବାକୁ ହେବ । ତେବେ ୧୨-୧୫ ବର୍ଷ ମଧ୍ୟରେ ଥିବା ଫ୍ୟାନ୍ସଙ୍କୁ ଟିକା ପ୍ରମାଣପତ୍ର ବଦଳରେ PCR ଟେଷ୍ଟ ରିପୋର୍ଟ ସାଙ୍ଗରେ ନେବାକୁ ହେବ। ୧୨ବର୍ଷରୁ କମ ବୟସର ଥିବା ଫ୍ୟାନ୍ସ ପ୍ରାପ୍ତ ବୟସ ବା ୨୧ବର୍ଷରୁ ଅଧିକ ସଂପର୍କୀୟଙ୍କ ସହିତ ଆସିଥିବା ଜରୁରୀ । ମାସ୍କ ପିନ୍ଧିବା ସାମାଜିକ ଦୂରତା ପାଳନା କରିବା ବାଧ୍ୟତାମୂଳକ । ପ୍ରବେଶ ଗେଟ୍‌ରେ ତାପମାତ୍ର ଚେକ୍‌ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଥରେ ଜଣେ ଫ୍ୟାନ୍ସ ଷ୍ଟାଡିୟମ ଗେଟ୍‌ର ବାହାରକୁ ଆସିଲେ ପୁଣିଥିରେ ପ୍ରବେଶ କରିପାରିବେ ନାହିଁ ।

IPL ୨୦୨୧ର ଅବଶିଷ୍ଟ ମ୍ୟାଚ ଡିଫେଣ୍ଡିଂ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରୁ ଆରମ୍ଭ ହେବ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଏହି ମ୍ୟାଚ୍‌ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details