ଶାରଜାହ: ଆଇପିଏଲର ୪୨ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ସାମ୍ନାରେ ୧୩୬ ରନ୍ର ବିଜୟ ଲକ୍ଷ୍ୟ ରହିଛି । ପ୍ଲେ-ଅଫ୍ ରେସ୍ ଦୃଷ୍ଟିରୁ ଏହି ମ୍ୟାଚ୍ ଉଭୟ ଟିମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।
ପଞ୍ଜାବ ପକ୍ଷରୁ ଆଡନ ମାର୍କ୍ରନ ସର୍ବାଧିକ ୪୨ ରନ୍ର ଇଂନିସ ଖେଳିଛନ୍ତି । ଦୀପକ ହୁଡ୍ଡା ୨୮ ଓ କ୍ୟାପଟେନ କେଏଲ ରାହୁଲ ୨୧ ରନ୍ର ଇଂନିସ ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ ଯୋଡିରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ତେବେ ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ ମାତ୍ର ୧ ରନ୍ରେ ଆଉଟ ହେବାସହ ନିରାଶ କରିଥିଲେ । ଅନ୍ୟତମ ଇଣ୍ଡିସ ପାୱରହିଟର ନିକୋଲାସ ପୁରନ ମଧ୍ୟ ଫେଲ୍ ମାରିଥିଲେ । ଶେଷ ଭାଗରେ ହରପ୍ରୀତ ବ୍ରାର ୧୪ ରନ୍ର ଯୋଗଦାନ କରିଥିଲେ ।