କଲମ୍ବୋ:ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତ ଗୋଟିଏ ମ୍ୟାଚ ଜିତି ଥିବାବେଳେ ଶ୍ରୀଲଙ୍କା ଗୋଟିଏ ମ୍ୟାଚ ଜିତିଛି । ୧-୧ରେ ସିରିଜ ବରାବର ରହିଛି । ଆଜିର ମ୍ୟାଚରେ ଦୁଇ ଦଳ ପାଇଁ ନିର୍ଣ୍ଣାୟକ ହେବ । ଆଜିର ମ୍ୟାଚ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ସିରିଜ ମଧ୍ୟ କବଜା କରିବ ।
ଆଜିର ମ୍ୟାଚ ପାଇଁ ଭାରତ ଓ ଶ୍ରୀଲଙ୍କା ଦଳରେ ଗୋଟିଏ ଲେଖାଏଁ ପରିବର୍ତ୍ତନ ହୋଇଛି । ଭାରତୀୟ ଦଳରେ ନବଦୀପ ସାଇନିଙ୍କ ସ୍ଥାନରେ ସନ୍ଦୀପ ୱାରିଅରଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ସେପଟେ ଶ୍ରୀଲଙ୍କା ଦଳରେ ମଧ୍ୟରେ ଇଶୁରୁ ଉଡାନାଙ୍କ ସ୍ଥାନରେ ପଥୁମ ନିଶଙ୍କଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ସିରିଜରେ ଭଲ ବ୍ୟାଟିଂ ପ୍ରଦର୍ଶନ କରି ପାରିନାହିଁ । ଗତ ମ୍ୟାଚରେ ଭାରତୀୟ ଦଳ ପ୍ରଥମ ବ୍ୟାଟିଂ କରିଥିଲେ ସୁଦ୍ଧା ବଡ଼ ସ୍କୋର କରିବାରେ ବିଫଳ ରହିଥିଲା ।
ସେପଟେ ଭାରତୀୟ ବୋଲରମାନେ ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତୀୟ ବୋଲର ଲଢ଼ୁଆ ପ୍ରଦର୍ଶନ କରିଥିଲେ । ୧୩୩ ରନ ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ୧୯.୪ ଓଭରରେ ହାସଲ କରିଥିଲା । ଆଜିର ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ ଉପରେ ସଭିଁଙ୍କ ନଜର ରହିବ ।
ଭାରତୀୟ ଚୂଡ଼ାନ୍ତ ଏକାଦଶ