ଓଡିଶା

odisha

ETV Bharat / sports

Syed Mushtaq Ali Trophy: ସେମିଫାଇନାଲରେ ତାମିଲନାଡୁ ଓ ବିଦର୍ଭ

ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଡିଫେଣ୍ଡିଂ ଚମ୍ପିଆନ ତାମିଲନାଡୁ ଓ ବିଦର୍ଭ । ଅଧିକ ପଢନ୍ତୁ

By

Published : Nov 18, 2021, 10:01 PM IST

Syed Mushtaq Ali Trophy: Vidarbha, Tamil Nadu enter semis
Syed Mushtaq Ali Trophy: ସେମିଫାଇନାଲରେ ତାମିଲନାଡୁ ଓ ବିଦର୍ଭ

ନୂଆଦିଲ୍ଲୀ:ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଡିଫେଣ୍ଡିଂ ଚମ୍ପିଆନ ତାମିଲନାଡୁ ଓ ବିଦର୍ଭ । ଅରୁଣ ଜେଟଲି ଷ୍ଟାଡିୟମ ନୂଆଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚ୍‌ରେ ତାମିଲନାଡୁ ୫ ୱିକେଟରେ କେରଳକୁ ହରାଇଛି । ୧୮୨ ରନ୍‌ର ବିଜୟ ଲକ୍ଷ୍ୟକୁ ୫ ୱିକେଟରେ ହାସଲ କରିନେଇଛି ଡିଫେଣ୍ଡିଂ ଚମ୍ପିଆନ । ଅନ୍ୟପଟେ ପାଲାମର ଏୟାର ଫୋର୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ବିପକ୍ଷରେ ୮୫ ରନ୍‌ର ଲକ୍ଷ୍ୟ ପିଛାକରି ବିଦର୍ଭ ୯ ୱିକେଟର ବୃହତ ବିଜୟ ହାସଲ କରିଛି । ଏଥିସହ ସହଜ ବିଜୟ ସହ ସେମି ଟିକେଟ ହାତେଇଛି ବିଦର୍ଭ ।

ନଭେମ୍ବର ୨୦ରେ ଖେଳାଯିବାକୁ ଥିବା ସେମିଫାଇନାଲ ମୁକାବିଲାରେ ତାମିଲନାଡୁ ହାଇଦ୍ରାବାଦକୁ ଭେଟିବ । ସେହିପରି କର୍ଣ୍ଣାଟକକୁ ଭେଟିବ ବିଦର୍ଭ ।

ସଂକ୍ଷିପ୍ତ ସ୍କୋର: ୧୮୧/୪ ୨୦ ଓଭର(ବିଷ୍ଣୁ ବିନୋଦ ୬୫ ଅପରାଜିତ, ରୋହନ କୁନୁମଲ ୫୧, ସଞ୍ଜୟ ୟାଦବ ୨/୨୩, ମୁରୁଗାଁ ଅଶ୍ବିନ ୧/୨୦) ପରାସ୍ତ ତାମିଲନାଡୁ ୧୮୭/୫ ୧୯.୩ ଓଭର(ସାଇ ଶୁଦର୍ଶନ ୪୬, ବିଜୟ ଶଙ୍କର ୩୩, ଉନ୍ନିକ୍ରୀଷ୍ଣନ ମାନୁକ୍ରୀଷ୍ଣନ ୩/୨୬, ସୁଧେସମ ମିଧୁନ ୧/୩୨)

ରାଜସ୍ଥାନ: ୮୪/୮ ୨୦ ଓଭର(କମଲେସ ନଗରକୋଟି ୩୯ ଅପରାଜିତ, ମହିପାଳ ଲୋମର ୧୧, ୟଶ ଠାକୁର 2/୨୪, ଅକ୍ଷୟ କର୍ନେୱର ୧/୭) ପରାସ୍ତ ବିଦର୍ଭ: ୮୭/୧ ୧୪.୫ ଓଭର(ଅଥର୍ବ ତାଇଡେ ୪୦ ଅପରାଜିତ, ଗଣେଶ ସତୀଶ ୨୮, ଅନିକେତ ଚୌଧୁରୀ ୧/୪) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details