ଓଡିଶା

odisha

ETV Bharat / sports

ଅମ୍ପାୟାରଙ୍କ ଭୁଲ୍‌ ନିଷ୍ପତ୍ତିରେ ହାରିଲା ଓଡିଶା ! ପ୍ରଶ୍ନ ଉଠାଇଲେ କୋଚ୍‌ ଜାଫର

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଦ୍ବାରା ପରିଚାଳିତ ଇଭେଣ୍ଟରେ ବଡ ଧରଣର ତ୍ରୁଟି । ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁଁ ଏକ ପରାଜୟରେ ବଦଳିଗଲା ବିଜୟ । ଅଧିକ ପଢନ୍ତୁ...

By

Published : Nov 5, 2021, 10:58 PM IST

ଅମ୍ପାୟାରଙ୍କ ଭୁଲ୍‌ ନିଷ୍ପତ୍ତିରେ ହାରିଲା ଓଡିଶା, ପ୍ରଶ୍ନ ଉଠାଇଲେ କୋଚ୍‌ ଜାଫର
ଅମ୍ପାୟାରଙ୍କ ଭୁଲ୍‌ ନିଷ୍ପତ୍ତିରେ ହାରିଲା ଓଡିଶା, ପ୍ରଶ୍ନ ଉଠାଇଲେ କୋଚ୍‌ ଜାଫର

ଲକ୍ଷ୍ନୌ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଦ୍ବାରା ପରିଚାଳିତ ଇଭେଣ୍ଟରେ ବଡ ଧରଣର ତ୍ରୁଟି । ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁଁ ଏକ ପରାଜୟରେ ବଦଳିଗଲା ବିଜୟ । ଫଳରେ ନିଶ୍ଚିନ୍ତ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିବାକୁ ଥିବା ଟିମକୁ କୌଣସି ପଏଣ୍ଟ ମିଳିପାରିନଥିବାବେଳେ ପ୍ରତିପକ୍ଷ ଟିମକୁ ସଂପୂର୍ଣ୍ଣ ୪ ପଏଣ୍ଟ ମିଳିଛି । ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଏପରି କିଛି ଘଟିଛି ।

ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମରେ ଓଡିଶା ଓ ତାମିଲନାଡୁ ମଧ୍ୟରେ ମ୍ୟାଚ୍‌ରେ ଏପରି ତ୍ରୁଟିପୂର୍ଣ୍ଣ ଅମ୍ପାୟର ନିଷ୍ପତ୍ତି ଦେଖିବାକୁ ମିଳିଛି ।

କୌଣସି ଏକ କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟରଙ୍କ ନିଷ୍ପତ୍ତି ଚୁଡାନ୍ତ ନିଷ୍ପତ୍ତି ହୋଇଥାଏ । ଅମ୍ପାୟରଙ୍କ ନିଷ୍ପତ୍ତି କୌଣସି ଏକ ମ୍ୟାଚ୍‌ର ଫଳାଫଳ ବଦଳାଇବାରେ ଯଥେଷ୍ଟ ହୋଇଥାଏ । ସୟଦ ମୁସ୍ତାକ ଅଲୀ ଟ୍ରଫିରେ ତାମିଲନାଡୁ ବିପକ୍ଷ ମ୍ୟାଚରେ ଓଡିଶା ସହ ଏପରି ଘଟିଛି । ବାଉଣ୍ଡ୍ରୀ ଲାଇନରେ ବଲ୍‌ ଲାଗିଥିବା ସତ୍ତ୍ବେ ଅମ୍ପାୟର ଏହାକୁ ୪ ପରିବର୍ତ୍ତେ ୨ ରନ୍‌ ନିଷ୍ପତ୍ତି କରିଥିଲେ । ଫଳରେ ଶେଷ ୩ଟି ବଲ୍‌ରୁ ୧୨ ରନ୍‌ ଆବଶ୍ୟକ କରୁଥିବା ଓଡିଶା ବିଜୟ ଠାରୁ ଦୁଇ ରନ୍‌ ପଛରେ ରହିଯାଇଥିଲା ଓ ୧ ରନ୍‌ରେ ପରାସ୍ତ ହୋଇଥିଲା । ଏହାକୁ ନେଇ ଓଡିଶା କ୍ରିକେଟ ଟିମ କୋଚ୍‌ ତଥା ପୂର୍ବତନ ଭାରତୀୟ ଓପନର ୱାସିମ ଜାଫର ଟ୍ବିଟ ଯୋଗେଁ ଅମ୍ପାୟରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଓଡିଶା ମ୍ୟାଚ୍‌ ହାରିଲା ଦର୍ଶାଇ ଦୁଃଖ ପ୍ରକାଶ କରିଛନ୍ତି ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଓଡିଶା । ପରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଥିଲା ତାମିଲନାଡୁ । ଟିମ ପକ୍ଷରୁ ଅପରାଜିତ ୨୮ ବଲରୁ ଦ୍ରୁତ ୪୪ ରନ୍‌ର ଇଂନିସ ଖେଳିଥିଲେ । ଏନ ଜଗଦୀଶାନ ୩୭ ଓ ଏମ ମହମ୍ମଦ ୨୭ ରନ୍‌ର ଇଂନିସ ଖେଳିଥିଲେ । ଫଳରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଓଡିଶା । ଶୁଭ୍ରାଂଶୁ ସେନାପତି ୬୭ ଓ ଗୋବିନ୍ଦ ପୋଦ୍ଦାର ୨୯ ରନ୍‌ର ଇଂନିସ ଖେଳିଥିଲେ । ଅଭିଶେକ ରାଉତ ଅପରାଜିତ ୩୮ ରନ୍‌ର ଇଂନିସ ଖେଳିଥିଲେ ।

ଶେଷ ୩ଟି ବଲରେ ଓଡିଶା ବିଜୟ ପାଇଁ ୧୨ରନ ଆବଶ୍ୟକ କରୁଥିଲା । ଇଂନିସର ଶେଷ ଓଭର ବୋଲିଂ କରିଥିଲେ ଟି ନଟରାଜନ । ଓଭରର ଚତୁର୍ଥ ବଲ୍‌ଟି ସିଧାସଳଖ ବାଉଣ୍ଡ୍ରୀ ଲାଇନକୁ ଛୁଇଁଥିବା ସ୍ପଷ୍ଟଭାବେ ଦେଖାଯାଇଥିଲା । ମାତ୍ର ବାଉଣ୍ଡ୍ରୀରେ ଫିଲ୍ଡିଂ କରୁଥିବା ତାମିଲନାଡୁର ଫିଲ୍ଡରଙ୍କ ଠାରୁ ପଚାରି ବୁଝିଲେ ଅମ୍ପାୟାର ଓ ୪ରନ ବଦଳରେ ଓଡିଶାକୁ ୨ରନ୍‌ ଦେଲେ । ପରବର୍ତ୍ତୀ ବଲରେ ନୋ ବଲରେ ହେଲା ୩ରନ, ଶେଷ ବଲ୍‌ରେ ୪ରନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details