ଓଡିଶା

odisha

Syed Mushtaq Ali Trophy: ପ୍ରଥମ ଥର ଟ୍ରଫି ଜିତିଲା ମୁମ୍ବାଇ

By

Published : Nov 6, 2022, 8:56 AM IST

ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଛି ମୁମ୍ବାଇ । ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ମୁମ୍ବାଇ ବିଜେତା ହୋଇଛି । ଅଧିକ ପଢନ୍ତୁ

ପ୍ରଥମ ଥର ଟ୍ରଫି ଜିତିଲା ମୁମ୍ବାଇ
ପ୍ରଥମ ଥର ଟ୍ରଫି ଜିତିଲା ମୁମ୍ବାଇ

କୋଲକାତା: ସୟଦ ମୁସ୍ତାକ ଅଲି ଟ୍ରଫି ଜିତି ନେଇଛି ମୁମ୍ବାଇ । ଷ୍ଟାଟ ଖେଳାଳି ସରଫରାଜ ଖାନ ଓ ତନୁଶ କୋଟିଆନଙ୍କ ଦମଦାର ପ୍ରଦର୍ଶନ ବଳରେ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଛି ମୁମ୍ବାଇ । ଉଭୟ ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରି ହିମାଚଳ ପ୍ରଦେଶକୁ 3 ୱିକେଟେ ହରାଇ ଟ୍ରଫି ହାତେଇଛି ମୁମ୍ବାଇ । କୋଲକାତାର ଉଡେନ ଗାର୍ଡେନରେ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲ ମୁକାବିଲା ହୋଇଥିଲା । ତନୁଶ କୋଟିଆନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ଦୁଇ ଦଳ ଫାଇନାଲରେ ପ୍ରବେଶ କରିଥିଲେ ।

ମୁମ୍ବାଇ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରି ହିମାଚଳ ପ୍ରଦେଶ 8 ୱିକେଟ ହରାଇ 143 ରନ କରିଥିଲା । ପ୍ରାରମ୍ଭରୁ ହିମାଚଳ ପ୍ରଦେଶ ବିରର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର 58ରେ ଦଳ 6 ୱିକେଟ ହରାଇଥିଲା । ମୁମ୍ବାଇର ମୋହିତ ଅବସ୍ଥି ଓ ତନୁଶ ଘାତକ ବୋଲିଂ କରି ହିମାଚଳ ପ୍ରଦେଶର ବିପର୍ଯ୍ୟୟ ଘଟାଇଥିଲେ । ଦଳର ଅନ୍ୟ ବ୍ୟାଟର ଆକାଶ ବିଶିଷ୍ଟ 25, ଏକାନ୍ତ ସେନ 37 ଓ ମୟଙ୍କ ଡଗରଙ୍କ ଅପରାଜିତ 21 ରନ ବଳରେ ଦଳୀୟ ସ୍କୋର 143ରେ ପହଞ୍ଚିଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଚୋପ୍ରା 19, ନିଖିଲ 22 ରନ କରିଥିଲେ । ମୁମ୍ବାଇ ପକ୍ଷରୁ ମୋହିତ ଓ ତନୁଶ ପ୍ରତ୍ୟେକ 3ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...T20 World Cup: ମୁହାଁମହିଁ ହେବେ ଭାରତ-ଜିମ୍ବାୱେ, ଏମିତି ରହିଛି ପାଣିପାଗ ରିପୋର୍ଟ

144 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ମୁମ୍ବାଇ । ଷ୍ଟାର ଓପନର ପୃଥ୍ବୀ ଶ' 11 ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ 1 ରନ କରି ସଅଳ ପାଭିଲିୟନ ଫେରିଥିଲେ । ପ୍ରଥମ ୱିକେଟ ପରେ ଯଶସ୍ବୀ ଜୈସ୍ବାଲ 27 ରନ କରି ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ମଧ୍ୟଭାଗରେ ଶ୍ରେୟାସ ଆୟର ଓ ସର୍ଫରାଜ ଖାନ ଦଳୀୟ ସ୍କୋରକୁ ଆଗରୁ ନେଇଥିଲେ । ଶ୍ରେୟାସ ଆୟର 26 ବଲରେ 34 ରନ କରି ଆଉଟ ହୋଇଥଲ । ସର୍ଫରାଜ ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିଜୟ ନିକଟତର କରିଥିଲେ । ଶେଷ ଓଭରରେ ବିଜୟ ପାଇଁ 6 ରନ ଦରକାର ଥିଲା ।

ମୁମ୍ବାଇ 3 ବଲ ବାକି ଥାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ତନୁଶ 3 ବଲରେ 8 ରନ କରି ଦଳକୁ ବିଜୟୀ କରାଇଥିଲେ । ସର୍ଫରାଜ 36 ରନ କରିଥିଲେ । ଅଲରାଉଣ୍ଡର ପ୍ରଦର୍ଶନ କରି ଦଳ ବିଜୟର ମୁଖ୍ୟ ଭୂମିକା ତୁଲାଇଥିଲେ ତନୁଶ କୋଟିଆନ ।

ABOUT THE AUTHOR

...view details