ଲକ୍ଷ୍ନୌ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଓଡିଶା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳିଥିବା ଓଡିଶା ୪ ୱିକେଟରେ ଗୋଆକୁ ମାତ୍ ଦେଇଛି । ୧୦୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଓଡିଶା ଶେଷ ଓଭରରେ ବିଜୟୀ ହୋଇଥିଲା । ଟିମ ପକ୍ଷରୁ ଅଂଶୁମାନ ରଥ ସର୍ବାଧିକ ୨୯ ଓ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ୨୪ ରନ୍ର ଇଂନିସ ଖେଳିଥିଲେ । ଅଭିଶେକ ଯାଦବ ୧୮ ଓ ଅଭିଶେକ ରାଉତ ୧୨ ରନ୍ କରିଥିଲେ ।
ପୂର୍ବରୁ ଗୋଆ ନିର୍ଦ୍ଧାରିତ ୨୦ ଓଭରରେ୮ ୱିକେଟ ହରାଇ ୧୦୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଓଡିଶା ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିପାରିନଥିଲେ ଗୋଆ ବ୍ୟାଟର୍ । ଟିମ ପକ୍ଷରୁ ଶୁଭମ ରଞ୍ଜନେ ସର୍ବାଧିକ ୩୨ ରନ୍ର ଇଂନିସ ଖେଳିଥିଲେ । ତେବେ ଅନ୍ୟ କୌଣସି ବ୍ୟାଟ୍ର ସଫଳ ହୋଇନଥିଲେ ।