ହାଇଦ୍ରାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତୃତୀୟ ଟି୨୦ ମ୍ୟାଚ ଖେଳିବାକୁ ଉତ୍ସାହିତ ଅଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । କାରଣ SKYଙ୍କର ଏହି ଷ୍ଟାଡିୟମ ସହିତ ଏକ ଅଲଗା ସ୍ମୃତି ଜଡିତ ହୋଇ ରହିଛି । ସୂର୍ଯ୍ୟକୁମାର ଯାଦବ ନିଜେ ତାଙ୍କ ସ୍ମୃତିକୁ ମନେପକାଇଛନ୍ତି । ସେ କହିଛନ୍ତି ଏଠାରେ ମୁଁ ମୋର ଅନ୍ତର୍ଜାତୀୟ ମ୍ୟାଚ୍ ଡେବ୍ୟୁ କରିଥିଲି । ସେଦିନର ମାହୋଲ ଏବଂ ଆଜିର ମାହୋଲ ଭିତରେ ଅନେକ ଫରକ ରହିଛି । ୨୦୨୧ ବର୍ଷର ମାହୋଲ ଏବଂ ୨୦୨୩ ବର୍ଷର ମାହୋଲ ମୋ ପାଇଁ ବହୁତ ବଦଳି ଯାଇଛି । ଡ୍ରେସିଂ ରୁମରୁ ଆସିବା ସମୟରେ ମୁଁ ସେଦିନିର ପୁରୁଣା ସ୍ମୃତିକୁ ମନେଇ ପକେଇ ଆସୁଥିଲି । ସେଦିନ ଆଉ ଆଜି ଭିତରେ ବହୁତ ଫରକ ରହିଛି । ସବୁବେଳେ ସେ ଦିନ ସ୍ମରଣୀୟ ହୋଇ ରହିବ ।"
IND vs NZ 3rd T20: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟି୨୦ ଡେବ୍ୟୁ କରିଥିଲେ SKY, ମନେପକାଇଲେ ସ୍ମୃତି - ସୂର୍ଯ୍ୟକୁମାର ଯାଦବ ଟି୨୦ ଡେବ୍ୟୁ
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟି୨୦ ଡେବ୍ୟୁ କରିଥିଲେ ସୂର୍ଯ୍ୟକୁମାର ଯାଦବ । ତୃତୀୟ ଟି୨୦ ମ୍ୟାଚ ଖେଳିବାକୁ ଉତ୍ସାହିତ ଅଛନ୍ତି ଏହି ଷ୍ଟାର ବ୍ୟାଟର । ଅଧିକ ପଢନ୍ତୁ
ଟିମ ଇଣ୍ଡିଆର ଏହି ଷ୍ଟାର ବ୍ୟାଟର ବର୍ଷ ୨୦୨୧ରେ ମାର୍ଚ୍ଚ ୧୪ ତାରିଖ ଇଂଲଣ୍ଡ ବିପକ୍ଷରେ ନିଜର ଟି୨୦ ଡେବ୍ୟୁ କରିଥିଲେ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ବର୍ଷ ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ନିଜର ଦବଦବା ଜାହିର କରିଥିଲେ । ସୂର୍ଯ୍ୟକୁମାର ଯାଦବ ଗୋଟିଏ କ୍ରିକେଟ କ୍ୟାଲେଣ୍ଡରରେ ଟି୨୦ ଫର୍ମାଟରେ ୧୦୦୦ରୁ ଅଧିକ ରନ ସଂଗ୍ରହ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଥିଲେ । ୨୦୨୨ ବର୍ଷର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ SKYଙ୍କୁ ICC ଟି୨୦ କ୍ରିକେଟର ଅଫ ଦି ଇୟର ଘୋଷଣା କରିଛି । ଏହି ପୁରସ୍କାର ପାଇବାରେ ସୂର୍ଯ୍ୟୁକୁମାର ଯାଦବ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି ।
ତୃତୀୟ ଟି୨୦ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ହାର୍ଦ୍ଦିକ ଏଣ୍ଡ କୋ । ଆସନ୍ତାକାଲି(ବୁଧବାର) ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ଖେଳିବ । ପ୍ରଥମ ଟି୨୦ ଓ ଦ୍ବିତୀୟ ଟି୨୦ ମ୍ୟାଚ ଶେଷ ହୋଇଛି । ସିରିଜ ୧-୧ରେ ବରାବର ରହିଛି । ସନ୍ଧ୍ୟା ୭ଟା ବେଳେ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ ଖେଳାଯିବ । ତେବେ ତୃତୀୟ ଟି୨୦ ମ୍ୟାଚରେ ଉଭୟ ନ୍ୟୁଜିଲାଣ୍ଡ ଏବଂ ଭାରତ ସିରିଜ କବଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ । ଏହି ସିରିଜର ପ୍ରଥମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା । ଦ୍ବିତୀୟ ଟି୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଥିଲା । ତେବେ ଏହି ସିରିଜ ଜିତିବାକୁ ହେଲେ ତୃତୀୟ ଟି୨୦ ମ୍ୟାଚ ହାତେଇବାକୁ ଉଭୟ ଦଳ ଆପ୍ରାଣ ଉଦ୍ୟମ କରିବେ ।