ହାଇଦ୍ରାବାଦ:ସୂର୍ଯ୍ୟକୁମାର ଯାଦବଙ୍କ (Indian Cricketer Suryakumar Yadav ) ନୂଆ ରେକର୍ଡ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ରନ ସଂଗ୍ରହକାରୀ ହିସାବରେ କଲେ ରେକର୍ଡ । ବୁଧବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ ପରେ ସୂର୍ଯ୍ୟ ଏହି ରେକର୍ଡ ହାସଲ କରିଛନ୍ତି । ଚଳିତ ବର୍ଷ କ୍ୟାଲେଣ୍ଡରରେ ସୂର୍ଯ୍ୟ ଏପର୍ଯ୍ୟନ୍ତ ଭାରତୀୟ ହିସାବରେ ସର୍ବାଧିକ ୭୩୨ ରନ ସଂଗ୍ରହ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।
ଧାୱନଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର ଯାଦବ - India Cricketer Shikhar Dhawan
ସୂର୍ଯ୍ୟକୁମାର ଯାଦବଙ୍କ ( Suryakumar Yadav ) ନୂଆ ରେକର୍ଡ । ସୂର୍ଯ୍ୟକୁମାର ଯାଦବ 2022 କ୍ୟାଲେଣ୍ଡାରରେ ଏପର୍ଯ୍ୟନ୍ତ ୭୩୨ ରନ ସଂଗ୍ରହ କରି ଭାରତର ସର୍ବାଧିକ ରନ ସ୍କୋରର ହୋଇପାରିଛନ୍ତି । ଅଧିକ ପଢନ୍ତୁ
ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଏବେ ଚମତ୍କାର ଫର୍ମରେ ରହିଛନ୍ତି । ତାଙ୍କର ୩୬୦ ଡିଗ୍ରୀ ବ୍ୟାଟିଂ ପ୍ରଦର୍ଶନ ବଳରେ ସେ କ୍ରିଜରେ ଚମକିବାରେ ଲାଗିଛନ୍ତି । ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ୩୩ ବଲରୁ ୫୦ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ତାଙ୍କର ଏହି ସଫଳତା ପରେ ସେ ଚଳିତ ବର୍ଷ କ୍ୟାଲେଣ୍ଡରରେ ଭାରତର ସର୍ବାଧିକ ରନ ସଂଗ୍ରହକାରୀ ହୋଇପାରିଛନ୍ତି । ସୂର୍ଯ୍ୟକୁମାର ଯାଦବ 2022 କ୍ୟାଲେଣ୍ଡାରରେ ଏପର୍ଯ୍ୟନ୍ତ ୭୩୨ ରନ ସଂଗ୍ରହ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଏପର୍ଯ୍ୟନ୍ତ ପାଞ୍ଚ ଅର୍ଦ୍ଧଶତକ ହାସଲ କରିବା ସହିତ ଗୋଟିଏ ଶତକ ହାସଲ କରିଛନ୍ତି ।
ଏହା ପୂର୍ବରୁ ଏହି ରେକର୍ଡ ଶିଖର ଧାୱନଙ୍କ ( Indian Cricketer Shikhar Dhawan ) ନାମରେ ରହିଥିଲା । ୨୦୧୮ ମସିହା କ୍ୟାଲେଣ୍ଡରରେ ଶିଖର ଧାୱନ ୬୮୯ ରନ ସଂଗ୍ରହ କରି ଏହି ରେକର୍ଡ କରିଥିଲେ । ସେହିପରି ଷ୍ଟାର ବ୍ୟାଟର ବିରାଟ କୋହଲି ( Virat Kohli ) ୨୦୧୬ ମସିହା କ୍ୟାଲେଣ୍ଡରରେ ସର୍ବାଧିକ ୬୪୧ ରନ ସଂଗ୍ରହ କରିଥିଲେ । ସେହିପରି ୨୦୧୨ ମସିହାରେ ୪୭୧ ରନ, ୨୦୧୪ ମସିହାରେ ୩୮୫ ରନ, ବର୍ଷ ୨୦୧୭ ରେ ୨୯୯ ରନ, ବର୍ଷ ୨୦୧୯ ରେ ୪୬୬ ରନ ସଂଗ୍ରହ କରି ବିରାଟ କୋହଲି ଭାରତର ପ୍ରମୁଖ ରନ ସ୍କୋରର ରହିଥିଲେ ।