ଓଡିଶା

odisha

ETV Bharat / sports

SKYଙ୍କ ବିରଳ ରେକର୍ଡ, ଗୋଟିଏ ବର୍ଷରେ ଟି୨୦ରେ ୧୦୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ

ଆଜି ଖେଳାଯାଇଥିବା ଜିମ୍ବାୱେ ମ୍ୟାଚ୍‌ ପରେ ସୂର୍ଯ୍ୟକୁମାର ଯାଦବ ବର୍ଷ ୨୦୨୨ରେ ଟି୨୦ କ୍ରିକେଟରେ ସେ ୧୦୦୦ ରନ୍ ପୂରଣ କରିଛନ୍ତି । ଅଧିକ ପଢନ୍ତୁ

By

Published : Nov 7, 2022, 7:49 AM IST

Updated : Nov 7, 2022, 3:05 PM IST

ଚଳିତ ବର୍ଷ ଟି୨୦ କ୍ରିକେଟରେ Skyଙ୍କ ୧୦୦୦ ରନ୍ ପୂରଣ
ଚଳିତ ବର୍ଷ ଟି୨୦ କ୍ରିକେଟରେ Skyଙ୍କ ୧୦୦୦ ରନ୍ ପୂରଣ

ହାଇଦ୍ରାବାଦ: ସୂର୍ଯ୍ୟକୁମାର ଯାଦବଙ୍କ ମାଇଲଷ୍ଟୋନ୍ । ଚଳିତ ବର୍ଷ ଟି୨୦ କ୍ରିକେଟରେ ୪ଅଙ୍କ ବିଶିଷ୍ଟ ସ୍କୋର ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାର ଯାଦବ ଏବେ ଦମଦାର ଫର୍ମରେ ରହିଛନ୍ତି । ବୁଧବାର ଆଇସିସି ଜାରି କରିଥିବା ଟି୨୦ ବ୍ୟାଟିଂ ମାନ୍ୟତାରେ SKY ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ଟି୨୦ ବିଶ୍ବକପରେ ତାଙ୍କର ଜବରଦସ୍ତ ଇନିଂସ ବଳରେ ସୂର୍ଯ୍ୟକୁମାର ଏହି ଉପଲବ୍ଧି ହାସଲ କରିବାରେ ସଫଳ ହୋଇପାରିଛନ୍ତି ।

ଏହାସହିତ ଚଳିତ ଟି୨୦ ବିଶ୍ବକପରେ ଏହି ଷ୍ଟାର ବ୍ୟାଟର ତାଙ୍କ ନାମରେ ଆଉ ଏକ ରେକର୍ଡ ଯୋଡିଛନ୍ତି । ଆଜି ଖେଳାଯାଇଥିବା ଜିମ୍ବାୱେ ମ୍ୟାଚ୍‌ ପରେ ସୂର୍ଯ୍ୟକୁମାର ଯାଦବ ବର୍ଷ ୨୦୨୨ରେ ଟି୨୦ କ୍ରିକେଟରେ ସେ ୧୦୦୦ ରନ୍ ପୂରଣ କରିଛନ୍ତି । ଗୋଟିଏ ବର୍ଷରେ ଟି୨୦ ଫର୍ମାଟରେ ୧୦୦୦ ରନ୍ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ କ୍ରିକେଟର ହୋଇପାରିଛନ୍ତି ସୂର୍ଯ୍ୟକୁମାର । ସେ ଜିମ୍ବାୱେ ବିପକ୍ଷରେ ୨୫ ବଲରୁ ୬ଟି ଚୌକା ଓ ୪ଟି ଛକା ସହିତ ୬୧ ରନର ଧୂଆଁଧାର ଇନିଂସ ଖେଳିଥିଲେ ।

ମଇଦାନରେ ସବୁ ଦିଗରେ ସଟ୍ ଖେଳିବାରେ କ୍ଷମତା ରଖନ୍ତି SKY । ଚଳିତ ଟି୨୦ ବିଶ୍ବକପରେ ସେ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ବିପକ୍ଷରେ ନିଜର ଦମଦାର ଇନିଂସ ପ୍ରଦର୍ଶନ କରିଥିଲେ । SKY ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୦ ବଲରୁ ୬୮ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ନେଦରଲାଣ୍ଡ ବିପକ୍ଷରେ ୨୫ ବଲରୁ ୫୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ୨୦୨୨ ଟି୨୦ ବିଶ୍ବକପରେ ସୂର୍ଯ୍ୟକୁମାର ଯାଦବ ୫ ଟି ଇନିଂସ ଖେଳି ୨୨୫ ରନ ସଂଗ୍ରହ କରିଛନ୍ତି ।

ସେପଟେ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ନଭେମ୍ବର ୧୦ ତାରିଖ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଆଡିଲେଡରେ ଇଂଲଣ୍ଡକୁ ଭେଟିବ ଭାରତ ।

Last Updated : Nov 7, 2022, 3:05 PM IST

ABOUT THE AUTHOR

...view details