ରାଜକୋଟ: ବର୍ଷ ଆରମ୍ଭରୁ ଚମକିଲେ ସୂର୍ଯ୍ୟ । ୨୦୨୩ ବର୍ଷରେ ଭାରତୀୟ କ୍ରିକେଟର ଭାବରେ ପ୍ରଥମ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ମାତ୍ର ୪୫ ବଲରୁ ସେ ଦ୍ରୁତ ଶତକ ହାସଲ କରି ନିଜ ବ୍ୟାଟିଂର ତେଜ ଦେଖାଇଛନ୍ତି । ଆଜି ( ଶନିବାର ) ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଶତକୀୟ ଇନିଂସ ଖେଳି ଫ୍ୟାନ୍ସମାନଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି Sky । ଆଜିର ମ୍ୟାଚରେ ସେ ୫୧ ବଲରୁ ୭ ଟି ଚୌକା ଏବଂ ୯ ଟି ଚୌକା ବଳରେ ୧୧୨ ରନ କରି ଅପରାଜିତ ରହିଥିଲେ । ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଶତକ ।
ବର୍ଷ ୨୦୨୨ ଜୁଲାଇରେ ସୂଯ୍ୟକୁମାର ଯାଦବ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଇଂଲଣ୍ଡ ବିପକ୍ଷ ଟି୨୦ ମ୍ୟାଚ Sky ପ୍ରଥମ ଶତକୀୟ ଇନିଂସ ଖେଳିଥିଲେ । ସେ ୫୫ ବଲରୁ ୧୧୭ ରନର ପାଳି ଖେଳିଥଲେ । ଏହା ପରେ ନଭେମ୍ବର ୨୦୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚରେ ଦ୍ବିତୀୟ ଶତକ ହାସଲ କରିଥିଲେ । ସେଥିରେ ସେ ୫୧ ବଲରୁ ୧୧୧ ରନର ଇନିଂସ ଖେଳିଥିଲେ । ଏହାପରେ ୨୦୨୩ ବର୍ଷରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ସେ ଅନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି । ଆଜିର ମ୍ୟାଚରେ ସେ ୫୧ ବଲରୁ ୭ ଟି ଚୌକା ଏବଂ ୯ ଟି ଚୌକା ବଳରେ ୧୧୨ ରନର ଇନିଂସ ଖେଳିଥିଲେ ।