ଓଡିଶା

odisha

By

Published : Sep 6, 2022, 1:11 PM IST

Updated : Sep 6, 2022, 2:14 PM IST

ETV Bharat / sports

ଆଇପିଏଲରେ ଆଉ ନଜର ଆସିବେନି ସୁରେଶ ରୈନା

ଆଇପିଏଲରୁ ଅବସର ନେଇ ଘୋଷଣା କରିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରୈନା । ଅଧିକ ପଢନ୍ତୁ

ଆଇପିଏଲରୁ ସୁରେଶ ରୈନାଙ୍କ ଅବସର ଘୋଷଣା
ଆଇପିଏଲରୁ ସୁରେଶ ରୈନାଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ସୁରେଶ ରୈନା । ଆଉ ଆଜି ଆଇପିଏଲରୁ ଅବସର ନେଇ ଘୋଷଣା କରିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରୈନା (Suresh Raina retires from IPL)। ଏହା ସହ ସମସ୍ତ କ୍ରିକେଟ ଫର୍ମାଟରୁ ସନ୍ୟାସ ନେଇଛନ୍ତି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରୈନା ।

ଟ୍ବିଟ କରି ରୈନା କହିଛନ୍ତି, ''ମୋ ରାଜ୍ୟ ଉତ୍ତରପ୍ରଦେଶ ଓ ଦେଶପାଇଁ କ୍ରିକେଟ ଖେଳିବା ମୋ ପାଇଁ ଗର୍ବର ବିଷୟ । ମୁଁ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରୁଛି । ମୋତେ ସମର୍ଥନ ଓ ବିଶ୍ବାସ କରିଥିବାରୁ BCCI, ୟପିସିଏକ୍ରିକେଟ, ଆଇପିଏଲ, ଚେନ୍ନାଇ ସୁପରକିଙ୍ଗ୍ସ, ଏବଂ ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ ।''

ସୂଚନାଅନୁସାରେ, ୧୫ ଅଗଷ୍ଟ ୨୦୨୦ରେ ଧୋନିଙ୍କ ସହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ରୈନା । ବର୍ତ୍ତମାନ ଘରୋଇ କ୍ରିକେଟ୍‌ରୁ ମଧ୍ୟ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ୍ କ୍ୟାରିୟରରେ ରୈନା ୨୦୫ଟି ମ୍ୟାଚ୍ ଖେଳିଛନ୍ତି। ସେ ୫୫୨୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ ମିଷ୍ଟର ଆଇପିଏଲ । ରୈନା ଆଇପିଏଲରେ ସିଏସ୍‌କେ ଟିମ୍‌ ପାଇଁ ଖେଳୁଥିଲେ । ହେଲେ ଆଇପିଏଲ୍‌-୨୦୨୨ର ନିଲାମରେ CSK ତାଙ୍କୁ କିଣିନଥିଲା । ଏଥିସହ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍‌ ମଧ୍ୟ ତାଙ୍କୁ କିଣିନଥିଲେ ।

ସେପ୍ଟେମ୍ବର ୧୦ରୁ ସେ ସଡକ ସୁରକ୍ଷା ବିଶ୍ୱ ସିରିଜର ଏକ ଅଂଶ ମଧ୍ୟ ହେବେ ବୋଲି ରୈନା ନିଶ୍ଚିତ କରିଛନ୍ତି । ସେ ସପ୍ତାହ ହେବ ଅଭ୍ୟାସ କରୁଛନ୍ତି । ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୟୁଏଇର ଟି-୨୦ ଲିଗ୍ ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିବା ସୁରେଶ ରୈନା ସୂଚନା ଦେଇଛନ୍ତି ।

Last Updated : Sep 6, 2022, 2:14 PM IST

ABOUT THE AUTHOR

...view details