ଚଟ୍ଟଗାଓଁ : ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଜାରି ରହିଛି । ଆଜି (ଶନିବାର) ଚତୁର୍ଥ ଦିନରେ ପହଁଞ୍ଚିଛି ଏହି ଟେଷ୍ଟ ମ୍ୟାଚ । ଚତୁର୍ଥ ଦିନର ୱିକେଟ ଅପସାରଣ ବେଳକୁ ବାଂଲାଦେଶ ୧୦୨ ଓଭରରେ ୬ ୱିକେଟ ହରାଇ ୨୭୨ ରନ କରିଛି । ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପାଇଁ ବାଂଲାଦେଶକୁ ୨୪୧ ରନ ଦରକାର । ଭାରତ ବାଂଲାଦେଶକୁ ୫୧୩ ରନର ବିଜୟ ଲକ୍ଷ୍ୟ ଦେଇଛି ।
INDvsBAN 1st Test Day 4: ବିଜୟଠୁ 4 ଓ୍ୱିକେଟ ଦୂରରେ ଭାରତ, ୨୪୧ ରନ ପଛରେ ବାଂଲାଦେଶ - ଭାରତ ବନାମ ବାଂଲାଦେଶ
ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଜାରି ରହିଛି । ଚତୁର୍ଥ ଦିନର ୱିକେଟ ଅପସାରଣ ବେଳକୁ ବାଂଲାଦେଶ ୧୦୨ ଓଭରରେ ୬ ୱିକେଟ ହରାଇ ୨୭୨ ରନ କରିଛି । ଅଧିକ ପଢନ୍ତୁ
ପ୍ରଥମ ଟେଷ୍ଟ ପାଇଁ ଆଉ ଗୋଟିଏ ଦିନର ଖେଳ ବାକି ରହିଛି । ଚତୁର୍ଥ ଦିନରେ ବାଂଲାଦେଶ ୬ ୱିକେଟ ହରାଇବା ପରେ ବ୍ୟାକ୍ ଫୁଟକୁ ଚାଲିଯାଇଛି । ଓପନର ଜାକିର ହସେନ ଓ ନାଜମୁଲ ହସେନଙ୍କ ଇନିଂସ ବଳରେ ଦଳ ୨୦୦ ସ୍କୋର ଅତିକ୍ରମ କରିବାକୁ ସକ୍ଷମ ହୋଇପାରିଛି । ଜାକିର ହସେନ ଶତକୀୟ ଇନିଂସ ଖେଳି ଆଉଟ ହୋଇଛନ୍ତି । ସେ ୨୨୪ ବଲରୁ ୧୨ ଟି ଚୌକା ଓ ଗୋଟିଏ ଛକା ବଳରେ ୧୦୦ ରନ କରିଥିଲେ । ସେହିପରି ନାଜମୁଲ ହସେନ ୧୫୬ ବଲରୁ ୭ ଟି ଚୌକା ସହିତ ୬୭ ରନ କରିଥିଲେ । ଦୁଇ ଓପନର ଆଉଟ ହେବା ପରେ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ । ବଡ ଇନିଂସ ଖେଳିବାରେ ବିଫଳ ରହିଥିଲେ ବାଂଲା ଟାଇଗର । ୟାସିର ଅଲି ୫, ଲିଟନ ଦାସ ୧୯, ମୁସଫିକର ରହିମ ୨୩ ରନ, ନୁରୁଲ ହାସନ ୩ କରି ଆଉଟ ହୋଇଥିଲେ । ସେହିପରି ଅଧିନାୟକ ସାକିବ ଅଲ ହାସନ ଓ ମେହିଦି ହାସନ ମିରାଜ କ୍ରମଶଃ ୪୦ ଓ ୯ ରନ କରି ଅପରାଜିତ ରହିଛନ୍ତି ।
ବାଂଲାଦେଶ ପ୍ରଥମ ଇନିଂସରେ ୧୫୦ କରି ଅଲ ଆଉଟ ହୋଇଥିଲା । ଭାରତ ପ୍ରଥମ ଇନିଂସରେ ୪୦୪ ରନ କରି ଅଲ ଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ଭାରତ ୨ ୱିକେଟ ହରାଇ ୨୫୮ ରନ କରି ୫୧୨ ରନର ପାଳି ଘୋଷଣା କରିଥିଲା । ବାଂଲାଦେଶ ଆଗରେ ୫୧୩ ରନର ଟାର୍ଗେଟ ରହିଛି । ଚତୁର୍ଥ ଦିନର ୱିକେଟ ଅପସାରଣ ବେଳକୁ ବାଂଲାଦେଶ ୬ ୱିକେଟ ହରାଇ ୨୭୨ ରନ କରିଛି । ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପାଇଁ ବାଂଲାଦେଶକୁ ୨୪୧ ରନ ଦରକାର ଅଛି ।