ଓଡିଶା

odisha

ETV Bharat / sports

83 Trailer: ଡିସେମ୍ବର ୨୪ରେ ରିଲିଜ, କପିଳ ଦେବଙ୍କ ପତ୍ନୀଙ୍କ ଭୂମିକାରେ ଦୀପିକା - କପିଳ ଦେବଙ୍କ ବିଶ୍ବକପ ବିଜୟୀ ଟିମ ଇଣ୍ଡିଆ

କପିଳ ଦେବଙ୍କ ନେତୃତ୍ବରେ ଭାରତର ୧୯୮୩ କ୍ରିକେଟ ବିଶ୍ବକପ ବିଜୟ କାହାଣୀ ଉପରେ ଆଧାରିତ ଫିଲ୍ମ ୮୩ ଟ୍ରେଲର ରିଲିଜ । ଡିସେମ୍ବର ୨୪ରେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ହେବ ରିଲିଜ । ଅଧିକ ପଢନ୍ତୁ

'Story of my team': Kapil Dev on '83' trailer
ବହୁ ପ୍ରତିକ୍ଷୀତ ଫିଲ୍ମ ୮୩ ର ଆସିଲା ଟ୍ରେଲର, ଡିସେମ୍ବର ୨୪ରେ ରିଲିଜ

By

Published : Nov 30, 2021, 4:07 PM IST

ନୂଆଦିଲ୍ଲୀ:ବହୁ ପ୍ରତୀକ୍ଷିତ ଫିଲ୍ମ '୮୩' ଟ୍ରେଲର(Trailer) ରିଲିଜ ହୋଇଛି । କପିଳ ଦେବଙ୍କ ନେତୃତ୍ବରେ ୧୯୮୩ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ କ୍ରିକେଟ ଟିମ ଉପରେ ଆଧାରିତ ଏ ଫିଲ୍ମର କାହାଣୀ । ସିଲଭର ସ୍କ୍ରିନ୍‌ରେ ଭାରତର ୧୯୮୩ ବିଶ୍ବକପ(1983 World Cup) ବିଜୟକୁ ଦର୍ଶାଯାଇଛି । ପୂର୍ବତନ ବିଶ୍ବବିଜୟୀ ଭାରତୀୟ କ୍ୟାପଟେନ କପିଳ ଦେବ ଏହି ଫିଲ୍ମକୁ ନେଇ ଖୁସି ବ୍ୟକ୍ତ କରିବା ସହ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଟ୍ରେଲର ରିଲିଜ ନେଇ ପୋଷ୍ଟ କରିଛନ୍ତି । ଏଥିସହ 'ଏହା ମୋ ଟିମର କାହାଣୀ' ବୋଲି ଲେଖିଛନ୍ତି କିମ୍ବଦନ୍ତୀ କ୍ରିକେଟର ।

ଫିଲ୍ମରେ କପିଳ ଦେବଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ବଲିଉଡ ସୁପରଷ୍ଟାର ରଣବୀର କାପୁର । ଫିଲ୍ମର ନାମ '୮୩' ରହିଥିବାବେଳେ ନିର୍ଦ୍ଦେଶକ ରହିଛନ୍ତି କବିର ଖାନ୍‌ । ଭାରତର ଐତିହାସିକ ୧୯୮୩ କ୍ରିକେଟ ବିଶ୍ବକପ ବିଜୟର କାହାଣୀକୁ ବଡ ପରଦାରେ ଚିତ୍ରିତ କରିବାକୁ ପ୍ରୟାସ ହୋଇଛି ।

ତାହିର ରାଜ ବାସିନ, ଜିଭା, ସାକିବ ସଲିମ, ଜତିନ ସରନା, ଚିରାଗ ପାଟିଲ, ଦିଙ୍କର ଶର୍ମା, ନିଶାନ୍ତ ଦହିୟା, ସାହିଲ ଖଟ୍ଟର, ଏମି ଭିର୍କ, ଆଦିନାଥ କାଥୋର, ଧୈର୍ଯ୍ୟ କରୱା, ଆର ବଦ୍ରୀ ଓ ପଙ୍କଜ ତ୍ରିପାଠୀ ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି ।

ତେବେ ସବୁଠୁ ମଜାଦାର କଥା ହେଉଛି, ବଲିଉଡ୍‌ ଚୁଲବୁଲି ଦୀପିକା ପାଦୁକୋନ '୮୩' ଫିଲ୍ମରେ କପିଳ ଦେବଙ୍କ ପତ୍ନୀ ରୋମି ଭୂମିକାରେ ଅଭିନୟ କରିଛନ୍ତି । ଡିସେମ୍ବର ୨୪ରେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ରିଲିଜ ହେବାକୁ ଯାଉଛି ।

ଏହାମଧ୍ୟ ପଢନ୍ତୁ: Shardul Thakur engagement: ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଲ ଠାକୁର, ସରିଲା ନିର୍ବନ୍ଧ

ବର୍ଷ ୧୯୮୩ ଜୁନ୍‌ ୨୫ରେ କ୍ରିକେଟ ଇତିହାସରେ ଭାରତ ପ୍ରଥମ ଥର ବିଶ୍ବକପ ଟାଇଟେଲ ବିଜେତା ହୋଇଥିଲା । ଇଂଲଣ୍ଡର ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍‌ରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଟିମକୁ ୪୩ ରନ୍‌ରେ ହରାଇଥିଲା କପିଳ ଦେବଙ୍କ ଟିମ ଇଣ୍ଡିଆ । ଏହି ଟୁର୍ନାମେଣ୍ଟରେ ଭାରତର ବିଜୟକୁ ୩୮ ବର୍ଷ ହୋଇସାରିଛି ।

ବିଶ୍ବକପ ବିଜୟୀ ଟିମର ନେତୃତ୍ବ ନେଇଥିଲେ ଅଲରାଉଣ୍ଡର କପିଳ ଦେବ । ବିଶ୍ବକପ ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଚୂଡାନ୍ତ ଏକାଦଶରେ ଥିଲେ ସୁନୀଲ ଗାଭାସ୍କର, କେ ଶ୍ରୀକାନ୍ତ, ମହିନ୍ଦର ଅମରନାଥ, ଯଶପାଲ ଶର୍ମା, ଏସଏମ ପାଟିଲ, କପିଳ ଦେବ(କ୍ୟାପଟେନ), କିର୍ତ୍ତୀ ଆଜାଦ, ରୋଜର ବିନ୍ନି, ମଦନ ଲାଲ, ସୟଦ କିରମାଣି, ଓ ବଲବିନ୍ଦର ସନ୍ଧୁ । ଏହି ଐତିହାସିକ ବିଜୟ ପରେ ଦେଶରେ ଫ୍ୟାନ୍ସଙ୍କ ମଧ୍ୟରେ ଖେଳ ପ୍ରତି ଉତ୍ସାହ ବଢିଥିଲା ଓ ପ୍ରତ୍ୟେକ ପିଲା ଜଣେ କ୍ରିକେଟର ହେବାକୁ ଚାହିଁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details