ଓଡିଶା

odisha

By

Published : Dec 16, 2021, 6:44 PM IST

ETV Bharat / sports

୨୦୧୮ ପରେ ପୁଣି ଅଧିନାୟକ ହେଲେ ଷ୍ଟିଭ୍‌ ସ୍ମିଥ୍‌

ସାଢ଼େ ୩ ବର୍ଷ ପରେ ପୁଣି ଥରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଦାୟିତ୍ବ ନେଲେ ଷ୍ଟିଭ୍‌ ସ୍ମିଥ୍‌ । ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ତାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଅଧିକ ପଢ଼ନ୍ତୁ

୨୦୧୮ ପରେ ପୁଣି ଅଧିନାୟକ ହେଲେ ଷ୍ଟିଭ୍‌ ସ୍ମିଥ୍‌
୨୦୧୮ ପରେ ପୁଣି ଅଧିନାୟକ ହେଲେ ଷ୍ଟିଭ୍‌ ସ୍ମିଥ୍‌

ସିଡନୀ: ସାଢ଼େ ୩ ବର୍ଷ ପରେ ପୁଣି ଥରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଦାୟିତ୍ବ ନେଲେ ଷ୍ଟିଭ୍‌ ସ୍ମିଥ୍‌ । ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ତାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସ୍‌ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିବା ପରେ ଏହି ଦାୟିତ୍ବ ନେଇଛନ୍ତି ଷ୍ଟିଭ୍‌ ସ୍ମିଥ୍‌ ।

ଜଣେ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଛି । ଆଡିଲେଡ୍‌ରେ ଖେଳାଯାଉଥିବା ଆସେସ ସିରିଜ୍‌ର ଦ୍ବିତୀୟ ଟେଷ୍ଟ ଦିବାରାତ୍ର ଭାବରେ ଜାରି ରହିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ପୁଣି ଥରେ ଅଧିନାୟକ ହେବାକୁ ନେଇ ପ୍ରତିକ୍ରିୟା ଦେଇଥିଲେ ଷ୍ଟିଭ୍‌ ସ୍ମିଥ୍‌ । କେବଳ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।

ଏହାକୁ ନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ, "ଗତରାତିରେ ପ୍ୟାଟ କମିନ୍‌ସ ଜଣେ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିପାଇଁ ସେ ଦ୍ବିତୀୟ ଟେଷ୍ଟ ଖେଳି ପାରିବେ ନାହିଁ । ତାଙ୍କ ସ୍ଥାନରେ ଷ୍ଟିଭ୍‌ ସ୍ମିଥ୍‌ ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଦାୟିତ୍ବ ନେବେ । ତୃତୀୟ ଟେଷ୍ଟରେ ପ୍ୟାଟ କମିନ୍‌ସ୍‌ ଖେଳି ପାରିବେ ବୋଲି ଆଶା କରାଯାଉଛି ।"

୨୦୧୮ରେ କେପ୍‌ ଟାଉନ୍‌ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସାଣ୍ଡ ପେପର କାଣ୍ଡ ପରେ ତାଙ୍କୁ ଅଷ୍ଟ୍ରେଲିଆର ଅଧିନାୟକ ପଦରୁ ଅପସାରିତ କରାଯାଇଥିଲା । ତାଙ୍କ ସ୍ଥାନରେ ଟିମ୍‌ ପେନ୍‌ଙ୍କୁ ଦଳରେ ଅଧିନାୟକ ଦାୟିତ୍ବ ଦିଆଯାଇଥିଲା ।

ଷ୍ଟିଭ୍‌ ସ୍ମିଥ୍‌ ଦଳକୁ ଫେରିଲେ ସତ, କିନ୍ତୁ ତାଙ୍କୁ ଆଉ ଅଧିନାୟକ ଭାବରେ ଅବସ୍ଥାପିତ କରାଗଲା ନାହିଁ । ଏକ ସେକ୍ସ ସ୍କାଣ୍ଡାଲ୍‌ରେ ଫସିବା ପରେ ଅଧିନାୟକ ପଦରୁ ଓହରି ଯାଇଥିଲେ ଟିମ୍‌ ପେନ୍‌ । ଏହାପରେ ପ୍ୟାଟ୍‌ କମିନ୍‌ସ୍‌ଙ୍କୁ ଟେଷ୍ଟ କ୍ରିକେଟର ଅଧିନାୟକ ଦାୟିତ୍ବ ଦିଆଯାଇଥିବା ବେଳେ ଉପ ଅଧିନାୟକ ନିଯୁକ୍ତ ହୋଇଥିଲେ ଷ୍ଟିଭ୍‌ ସ୍ମିଥ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details