ମେଲବର୍ଣ୍ଣ:ବର୍ତ୍ତମାନ ଟେଷ୍ଟ ମ୍ୟାଚକୁ ଅଧିକ ଗୁରୁତ୍ବ ଦେଉଛନ୍ତି ଷ୍ଟାର ଅଷ୍ଟ୍ର୍ଲେଲିଆନ କ୍ରିକେଟର ଷ୍ଟିଭ ସ୍ମିଥ୍ । ଆଗକୁ ବହୁ ଉପ ମହାଦେଶ ସହ ଟେଷ୍ଟ ମ୍ୟାଚ ସିରିଜ ଖେଳିବ ଅଷ୍ଟ୍ରେଲିଆ । ଏଥିପାଇଁ ଷ୍ଟିଭ୍ ସ୍ମିଥ୍ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି । ଇଂଲଣ୍ଡ ସହ ଆଶେଶ ସିରିଜରୁ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଦ୍ବିତୀୟ ସଂସ୍କରଣ ପାଇଁ ମ୍ୟାଚ ଆରମ୍ଭ ହେବ । ଏହାସହ ଉପ ମହାଦେଶରେ ମୋଟ 8ଟି ଟେଷ୍ଟ ଖେଳିବାକୁ ଅଛି ଅଷ୍ଟ୍ରେଲିଆ । ସେଥି ମଧ୍ୟରେ ଭାରତ ଓ ଶ୍ରୀଲଙ୍କା ଭଳି ଦେଶ ସାମିଲ ରହିଛନ୍ତି ।
ଭାରତ ସହ ଆଗକୁ 4ଟି ଟେଷ୍ଟ ମ୍ୟାଚ ଖେଳିବ ଅଷ୍ଟ୍ରେଲିଆ । କୋରୋନା କଟକଣା ଯୋଗୁଁ ଅଷ୍ଟ୍ରେଲିଆରେ ହେବାକୁ ଥିବା ସମସ୍ତ ଟେଷ୍ଟ ସିରିଜକୁ ବାତିଲ କରିବାକୁ ପଡ଼ିଛି । ଫଳରେ ଅଷ୍ଟ୍ରେଲିଆ କେବଳ ଦେଶ ବାହାରେ ହିଁ ଟେଷ୍ଟ ସିରିଜ ଖେଳିବ । ବାଂଲାଦେଶ, ଦକ୍ଷିଣ ଆଫ୍ରିକାର ଅଷ୍ଟ୍ରେଲିଆ ଗସ୍ତ ବାତିଲ ହୋଇଛି । ଏଥିପାଇଁ ଅଷ୍ଟ୍ରେଲିଆ ଭାରତ ସହ 4ଟି ଟେଷ୍ଟ, ପାକିସ୍ତାନ ସହ 2ଟି ଟେଷ୍ଟ ଓ ଶ୍ରୀଲଙ୍କା ସହ 2ଟି ଟେଷ୍ଟ ମ୍ୟାଚ ଖେଳିବ ଅଷ୍ଟ୍ରେଲିଆ ।