ଓଡିଶା

odisha

ETV Bharat / sports

SBIର ବ୍ରାଣ୍ଡ ଆମ୍ବାସାଡର ହେଲେ କ୍ରିକେଟ କିମ୍ବଦନ୍ତୀ ଏମ୍‌ଏସ ଧୋନୀ - ଷ୍ଟେଟ୍‌ ବ୍ୟାଙ୍କ୍‌ ବ୍ରାଣ୍ଡ୍‌ ଆମ୍ବାସାଡର

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ କଲା SBI । ଷ୍ଟେଟ୍‌ ବ୍ୟାଙ୍କ୍‌ ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ଏହାର ମାର୍କେଟିଂ ଏବଂ ବିଜ୍ଞାପନରେ ଭୂମିକା ଗ୍ରହଣ କରିବେ ଏମ୍‌ଏସ୍‌ ଧୋନୀ । ଅଧିକ ପଢ଼ନ୍ତୁ

ଏମ୍‌ଏସ୍‌ ଧୋନୀଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ କଲା SBI
ଏମ୍‌ଏସ୍‌ ଧୋନୀଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ କଲା SBI

By ETV Bharat Odisha Team

Published : Oct 30, 2023, 7:22 AM IST

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମିଳିଲା ବଡ଼ ଦାୟିତ୍ବ । ପବ୍ଲିକ୍‌ ସେକ୍ଟରରେ ସବୁଠାରୁ ବଡ଼ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ଏମ୍‌ଏସ୍‌ ଧୋନୀଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି । ରବିବାର ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଘୋଷଣା କରିଛି SBI । ଷ୍ଟେଟ୍‌ ବ୍ୟାଙ୍କ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ଏହାର ମାର୍କେଟିଂ ଏବଂ ବିଜ୍ଞାପନରେ ଭୂମିକା ଗ୍ରହଣ କରିବେ ଏମ୍‌ଏସ୍‌ ଧୋନୀ ।

ଏନେଇ SBI ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି,"SBI ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଏମ୍‌ଏସ୍‌ ଧୋନୀଙ୍କୁ ସାମିଲ କରିଥିବାରୁ ଆମେ ବେଶ ଖୁସି । ଏସ୍‌ବିଆଇ ସହିତ ଧୋନୀଙ୍କ ଆସୋସିଏସନ ଆମ ବ୍ରାଣ୍ଡକୁ ଏକ ନୂଆ ପରିଚୟ ଦେବ । ଏହି ନିଷ୍ପତ୍ତି ହେଉଛି ଏକ ସହଭାଗିତାର ସମନ୍ୱୟ । ଆମର ଲକ୍ଷ୍ୟ ହେଉଛି ବିଶ୍ବାସ, ଅଖଣ୍ଡତା ଏବଂ ନିରନ୍ତର ଉତ୍ସର୍ଗ ସହିତ ଦେଶ ତଥା ଆମର ଗ୍ରାହକଙ୍କ ସେବା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଢ଼ କରିବା ।" ସମ୍ପତ୍ତି, ଜମା, ବ୍ରାଞ୍ଚ, ଗ୍ରାହକ ଏବଂ କର୍ମଚାରୀଙ୍କ ଦୃଷ୍ଟିରୁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ହେଉଛି ସର୍ବବୃହତ ବାଣିଜ୍ୟିକ ବ୍ୟାଙ୍କ୍‌ । ଏହା ମଧ୍ୟ ଦେଶର ସବୁଠାରୁ ବଡ଼ ଋଣଦାତା ବ୍ୟାଙ୍କ୍‌ । ଏହି ବ୍ୟାଙ୍କର ଘରୋଇ ଋଣ ପୋର୍ଟଫୋଲିଓ ୬.୫୩ ଲକ୍ଷ କୋଟିରୁ ଅଧିକ । ତେବେ ଧୋନୀଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି ନେଇ ବ୍ୟାଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, "ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଏହି ଚୁକ୍ତି ଗ୍ରାହକଙ୍କ ସହିତ ଗଭୀର ସମ୍ପର୍କ ଗଢ଼ିବା ପାଇଁ ବ୍ୟାଙ୍କ୍‌ର ପ୍ରତିବଦ୍ଧତାକୁ ପ୍ରତୀକ କରିବ, ଯାହାକି ବିଶ୍ୱସନୀୟତା ଏବଂ ନେତୃତ୍ୱର ମୂଲ୍ୟବୋଧକୁ ପ୍ରତିଫଳିତ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ସଚିନ୍‌ଙ୍କୁ ଗ୍ଲୋବାଲ୍‌ ଆମ୍ବାସଡର ନିଯୁକ୍ତ କଲା ICC

ତେବେ ଜୁନ୍‌ ୨୦୨୩ ସୁଦ୍ଧା ବ୍ୟାଙ୍କର ଡିପୋଜିଟ୍ ୪୫.୩୧ ଲକ୍ଷ କୋଟି ଏବଂ ସିଏଏସ୍‌ଏ ଅନୁପାତ ୪୨.୮୮ ପ୍ରତିଶତ । ଘର ଲୋନ୍‌ରେ ଏସ୍‌ବିଆଇର ବଜାର ଅଂଶ ୩୩.୪ ପ୍ରତିଶତ ରହିଥିବାବେଳେ ଅଟୋ ଲୋନ୍‌ରେ ୧୯.୫ ପ୍ରତିଶତ ବଜାର ଅଂଶ ରହିଛି । ଏସ୍‌ବିଆଇ ପାଖରେ ଭାରତରେ ୭୮,୩୭୦ ଭିସି ଆଉଟ୍‌ଲେଟ୍‌ ସହିତ ୨୨ ହଜାର ୪୦୫ ବ୍ରାଞ୍ଚ ଏବଂ ୬୫ ହଜାର ୬୨୭ ଏଟିଏମ୍‌ କିମ୍ବା ଏଡିଡବ୍ଲ୍ୟୁଏମ୍‌ର ସବୁଠାରୁ ବଡ଼ ନେଟୱାର୍କ ରହିଛି । ଇଣ୍ଟରନେଟ୍‌ ବ୍ୟାଙ୍କିଂ ଏବଂ ମୋବାଇଲ୍‌ ବ୍ୟାଙ୍କିଂ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ଯଥାକ୍ରମେ ୧୧୭ ମିଲିୟନ୍ ଏବଂ ୬୪ ମିଲିୟନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details