ଓଡିଶା

odisha

Ind vs SL 2nd T20: ଫେଲ ମାରିଲା ଭାରତର ଟପ୍‌ ଅର୍ଡର, ୧୬ ରନ୍‌ରେ ଜିତିଲା ଶ୍ରୀଲଙ୍କା

By

Published : Jan 5, 2023, 10:54 PM IST

ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ଭାରତ ୧୬ ରନ୍‌ରେ ପରାଜିତ ହୋଇଛି । ୩ ଟିକିଆ ଟି-୨୦ ସିରିଜରେ ଶ୍ରୀଲଙ୍କା ଓ ଭାରତ ୧-୧ରେ ବରାବର ରହିଛନ୍ତି । ତୃତୀୟ ଟି-୨୦ ମ୍ୟାଚ ନିର୍ଣ୍ଣାୟକ ହେବ । ଅଧିକ ପଢ଼ନ୍ତୁ

Srilanka beat India
Srilanka beat India

ମୁମ୍ବାଇ: ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତକୁ ୧୬ ରନ୍‌ରେ ମାତ ଦେଇଛି ଶ୍ରୀଲଙ୍କା ଦଳ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୨୦୬ ରନ୍‌ କରିଥିଲା । ଜବାବରେ ଭାରତ ୮ ୱିକେଟ ବିନିମୟରେ ୧୯୦ ରନ୍‌ ହିଁ କରିବାକୁ ସକ୍ଷମ ହୋଇ ପାରିଥିଲା । ଆଜି ଭାରତର ଟପ୍ ଅର୍ଡରେ ଫେଲ ମାରିଥିଲା । ତେବେ ଅକ୍ଷର ପଟେଲଙ୍କ ଧୂଆଁଦାର ପାଳି ବଳରେ ଭାରତ ୧୯୦ ରନ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା । ତେବେ ଏହି ପାଳି ମ୍ୟାଚ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ପାରିନଥିଲା । ୩ ଟିକିଆ ଟି-୨୦ ସିରିଜରେ ଶ୍ରୀଲଙ୍କା ଓ ଭାରତ ୧-୧ରେ ବରାବର ରହିଛନ୍ତି । ତୃତୀୟ ଟି-୨୦ ମ୍ୟାଚ ନିର୍ଣ୍ଣାୟକ ହେବ ।

ABOUT THE AUTHOR

...view details