ଓଡିଶା

odisha

By

Published : Jul 11, 2022, 8:29 PM IST

ETV Bharat / sports

Sri Lanka vs Australia 2nd Test: ଚଣ୍ଡିମାଲଙ୍କ ଦ୍ୱିଶତକ, ଶ୍ରୀଲଙ୍କା ବିଜୟୀ

ଅଷ୍ଟ୍ରେଲିଆ ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ 39 ରନରେ ହରାଇ ଶ୍ରୀଲଙ୍କା ବିଜୟ ହାସଲ କରିଛି । ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବିଜୟ ହାସଲ ପରେ ଶ୍ରୀଲଙ୍କା ସିରିଜକୁ 1-1 ରେ ବରାବର କରିଛି । ଏଥିରେ ଦିନେଶ ଚଣ୍ଡିମାଲଙ୍କ ଦ୍ବିଶତକ ହାସଲ କରି 206 ରନ କରି ଅପରାଜିତ ରହିଛନ୍ତି ସେହିପରି ପ୍ରବାତ ଜୟସୁରିୟା 177 ରନ ଦେଇ 12 ଟି ୱିକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଅଧିକ ପଢନ୍ତୁ

Sri Lanka vs Australia: ଦ୍ବିତୀୟ ଟେଷ୍ଟ, ଶ୍ରୀଲଙ୍କା ବିଜୟୀ, ଚଣ୍ଡିମାଲଙ୍କ ଦ୍ବିଶତକ
Sri Lanka vs Australia: ଦ୍ବିତୀୟ ଟେଷ୍ଟ, ଶ୍ରୀଲଙ୍କା ବିଜୟୀ, ଚଣ୍ଡିମାଲଙ୍କ ଦ୍ବିଶତକ

ହାଇଦ୍ରାବାଦ: ଲେଫ୍ଟ ହ୍ୟାଣ୍ଡ ସ୍ପିନର ପ୍ରବାତ ଜୟସୁରିୟାଙ୍କ ବିସ୍ଫୋରକ ବୋଲିଂ ତଥା ଦିନେଶ ଚଣ୍ଡିମାଲଙ୍କ ଦ୍ବିଶତକ ବଳରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା 39 ରନରେ ଅଷ୍ଟ୍ରେଲିଆକୁ ହରାଇଛି । ଏହା ସହିତ ଦ୍ବିତୀୟ ଟେଷ୍ଟମ୍ୟାଚକୁ ଜିତି ନେଇଛି ଶ୍ରୀଲଙ୍କା । ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବିଜୟ ହାସଲ ପରେ ଶ୍ରୀଲଙ୍କା ସିରିଜକୁ 1-1 ରେ ବରାବର କରିଛି । ଏହି ମ୍ୟାଚରେ ପ୍ରବାତ ଜୟସୁରିୟା 177 ରନ ଦେଇ 12 ଟି ୱିକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଏହି ମ୍ୟାଚରେ ଦିନେଶ ଚଣ୍ଡିମାଲ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍କୋର ହାସଲ କରିଛନ୍ତି । ଏହା ସହିତ ଶ୍ରୀଲଙ୍କାର ସ୍କୋରକୁ ଆଗକୁ ବଢାଇବା ସହିତ ଅଷ୍ଟ୍ରେଲିଆକୁ ହରାଇ ଶ୍ରୀଲଙ୍କା ବିଜୟ ହାସଲ କରିବାରେ ପ୍ରମୁଖ ଭାଗିଦାର ହୋଇଛନ୍ତି । ଦିନେଶ ଚଣ୍ଡିମାଲ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିଶତକ ହାସଲ କରି ଶ୍ରୀଲଙ୍କାର ପ୍ରଥମ କ୍ରିକେଟର ଭାବରେ ଦ୍ବିଶତକ ହାସଲ କରିବାର ରେକର୍ଡ ସୃଷ୍ଟି କଲେ । ଦିନେଶ ଚଣ୍ଡିମାଲ 326 ବଲରୁ 5ଟି ଛକା ଏବଂ 16 ଟି ଚୌକା ମାରି 206 ରନ କରି ଅପରାଜିତ ରହିଛନ୍ତି ।

ଶ୍ରୀଲଙ୍କା ଗାଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କାକୁ ପ୍ରଥମେ ବୋଲିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ 364 ରନ କରି ଅଲଆଉଟ ହୋଇଥିଲା । ପରେ ଏହାର ଜବାବରେ ଶ୍ରୀଲଙ୍କା ଦିନେଶ ଚଣ୍ଡିମାଲଙ୍କ ଦ୍ବିଶତକ କ୍ରମେ 554 ରନ କରି ଅଲ ଆଉଟ ହୋଇଛି । ପରେ ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ 151 ରନ କରି ଅଲ ଆଉଟ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ପ୍ରବାତ ଜୟସୁରିୟା ପ୍ରଥମ ଇନିଂସରେ 6 ଟି ୱିକେଟ ହାତେଇବା ସହିତ ଏବଂ ଦ୍ବିତୀୟ ଇନିଂସରେ ମଧ୍ୟ 6ଟି ୱିକେଟ ଅକ୍ତିଆର କରିଥିଲେ ।

ABOUT THE AUTHOR

...view details