ଓଡିଶା

odisha

ETV Bharat / sports

Ind vs SL, 2nd ODI: ଭାରତ ସାମ୍ନାରେ ଟାର୍ଗେଟ ୨୭୬ - ଭାରତ ବନାମ ଶ୍ରୀଲଙ୍କା

ଦ୍ବିତୀୟ ଦିନିକିଆରେ ଭାରତକୁ ୨୭୬ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା । ଅଧିକ ପଢନ୍ତୁ...

Ind vs SL, 2nd ODI: Sri Lanka finishes at 275/9
Ind vs SL, 2nd ODI: ଭାରତ ସାମ୍ନାରେ ଟାର୍ଗେଟ ୨୭୬

By

Published : Jul 20, 2021, 7:42 PM IST

କଲମ୍ବୋ:ଏଠାରେ ଖେଳାଯାଉଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ର ପ୍ରଥମ ଇଂନିସ ଖେଳ ଶେଷ ହୋଇଛି । ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୭୫ ରନ୍‌ ସଂଗ୍ରହ କରିଛି । ଫଳରେ ଭାରତ ସାମ୍ନାରେ ୨୭୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଆର ପ୍ରେମଦାସା ଷ୍ଟାଡିୟମ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ପକ୍ଷରୁ ଚାରିଥ ଅସଲାଙ୍କା ସର୍ବାଧିକ ୬୫ ରନ୍‌ର ଇଂନିସ ଖେଳିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓପନର ଅଭିସ୍କା ଫର୍ନାଣ୍ଡୋ ୫୦ ଓ ମିନୋଦ ଭାନୁକା ୩୬ ରନର୍‌ ଯୋଗଦାନ କରିଛନ୍ତି । ଉଭୟ ପ୍ରଥମ ୱିକେଟ ଯୋଡିରେ ୭୭ ରନ୍‌ ଯୋଡିଥିଲେ । ଫଳରେ ଶ୍ରୀଲଙ୍କା ଭଲ ଆରମ୍ଭ ମିଳିଥିଲା । ତେବେ ନିୟମିତ ବ୍ୟବଧାନରେ ଭାରତୀୟ ବୋଲରଙ୍କ ୱିକେଟ ଦଖଲ ବଳରେ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇନଥିଲେ ।

ତେବେ ଶେଷ ଭାଗରେ ଚାମିକା କରୁଣାରତ୍ନେ ୩୩ ବଲ୍‌ରୁ ୫ ଚୌକା ସହାୟତାରେ ଦ୍ରୁତ ୪୪ ରନର ଅପରାଜିତ ଇଂନିସ ଖେଳି ଲଢୁଆ ସ୍କୋରରେ ଦଳକୁ ପହଞ୍ଚାଇଥିଲେ ।

ଅନ୍ୟପଟେ ଭାରତ ପକ୍ଷରୁ ସଫଳ ବୋଲର ରହିଥିଲେ ଉପ-ଅଧିନାୟକ ଭୁବନେଶ୍ବର କୁମାର ଓ ସ୍ପିନର ୟୁଜଭେନ୍ଦ୍ର ଚହଲ । ୧୦ ଓଭରରେ ୫୪ ରନ୍‌ ବ୍ୟୟରେ ଭୁବି ୩ଟି ୱିକେଟ ହାସଲ କରିଥିବାବେଳେ, ଚହଲ ମଧ୍ୟ ୩ଟି ଶିକାର କରିଛନ୍ତି । ଦ୍ରୁତ ବୋଲର ଦୀପକ ଚହର ମଧ୍ୟ ଦୁଇଟି ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ।

୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ଜିତିସାରିଥିବାବେଳେ ସିରିଜରେ ୧-୦ରେ ଆଗୁଆ ରହିଛି । ଫଳରେ ଆଜିର ମ୍ୟାଚରେ ବିଜୟୀ ହେଲେ ସିରିଜ କବ୍‌ଜା କରିବ । ବିଜୟ ପାଇଁ ଭାରତ ସାମ୍ନାରେ ୨୭୬ ରନର ଲକ୍ଷ୍ୟ ରହିଛି । ପୂର୍ବ ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତୀୟ ଶକ୍ତିଶାଳୀ ବ୍ୟାଟିଂକ୍ରମ ସାମ୍ନାରେ ଏହି ଲକ୍ଷ୍ୟ କଷ୍ଟସାଧ୍ୟ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details