କଲମ୍ବୋ: କ୍ରିକେଟ ମଇଦାନରେ ଆଉ ଦେଖିବାକୁ ମିଳିବନି ମାଲିଙ୍ଗାଙ୍କ ମାରାତ୍ମକ ୟର୍କର । ଶ୍ରୀଲଙ୍କା ଜର୍ସିରେ ଆଉ ବୋଲିଂ କରୁଥିବାର ନଜର ଆସିବେନି ବିଶ୍ବ କ୍ରିକେଟର ଅନ୍ୟତମ ଦୁର୍ଦ୍ଦଶ ବୋଲର ମାଲିଙ୍ଗା । କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ଶ୍ରୀଲଙ୍କା କ୍ରିକେଟ କିମ୍ବଦନ୍ତୀ ଲସିଥ ମାଲିଙ୍ଗା । ୨୦୧୪ ଟି-୨୦ ବିଶ୍ବକପ ବିଜୟୀ କ୍ୟାପଟେନ ରହିଛନ୍ତି ମଲିଙ୍ଗା । ମଙ୍ଗଳବାର ଟ୍ବିଟ ଯୋଗେଁ ଅବସର ଘୋଷଣା କରିଛନ୍ତି ଭେଟେରାନ ଶ୍ରୀଲଙ୍କା ବୋଲର ।
ନିଜର ଅଫିସିଆଲ ୟୁଟୁବ୍ ଚ୍ୟାନେଲ୍ରେ ମାଲିଙ୍ଗା କହିଛନ୍ତି, "ଆଜି ମୋ ପାଇଁ ଏକ ସ୍ବତନ୍ତ୍ର ଦିନ, କ୍ରିକେଟ ଯାତ୍ରାରେ ସହଯୋଗ ଓ ଆର୍ଶୀବାଦ କରିଥିବା ସମସ୍ତଙ୍କୁ ଧନ୍ୟବାଦ ।"
ଏଥିସହିତ ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC), ମୁମ୍ବାଇ ଇଣ୍ଡିଆନ୍ସ, ମେଲବର୍ଣ୍ଣ ଷ୍ଟାର, କେଣ୍ଟ କ୍ରିକେଟ, ରାଙ୍ଗପୁର ରାଇଡର୍ସ, ଗୁଆନା ଆମାଜନ ୱାରିୟର୍ସ, ମରାଠା ଆରବିଆନସ୍ ଓ ମୋଣ୍ଟରିଅଲ ଟାଇଗର୍ସର ବୋର୍ଡ ସଦସ୍ୟଙ୍କୁ ଅବସରକାଳୀନ ବାର୍ତ୍ତାରେ ଧନ୍ୟବାଦ ଜଣାଇଛନ୍ତି ।
ନିଜର ଅବସରକାଳୀନ ବାର୍ତ୍ତାରେ ମାଲିଙ୍ଗା ଆହୁରି କହିଛନ୍ତି, ମୋର କ୍ରିକେଟ ଯାତ୍ରାରେ ସମସ୍ତଙ୍କ ସହ ଖେଳି ଅନେକ ଅଭିଜ୍ଞତା ହାସଲ କରିଛି । ଭବିଷ୍ୟତରେ ଯୁବ କ୍ରିକେଟରଙ୍କ ସହିତ ଏହି ଅଭିଜ୍ଞତା ନିଶ୍ଚୟ ସେୟାର କରିବୁ ।