ମୁମ୍ବାଇ : ଭାରତ ଶ୍ରୀଲଙ୍କା ମଧ୍ୟରେ ଆଜି ପ୍ରଥମ ଟି୨୦ ମ୍ୟାଚ ଖେଳାଯାଉଛି । ଶ୍ରୀଲଙ୍କା ଟସ ଜିତି ଅଧିନାୟକ ଦାସୁନ ଶନକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ପ୍ରଥମ ଟି୨୦ ମ୍ୟାଚରେ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଯୁବ ଟିମ ଇଣ୍ଡିଆ । ଆଜିର ମ୍ୟାଚରେ ମେନ୍ ଇନ୍ ବ୍ଲୁର ଦମଦାର ସୋ ଦେଖିବାକୁ ମିଳିବ ।
ଯୁବ ବ୍ୟାଟର ଶୁବମନ ଗିଲ ଓ ଶିଭମ ମାଭି ଏହି ମ୍ୟାଚରେ ଟି୨୦ ଡେବ୍ୟୁ କରିଛନ୍ତି । ବର୍ଷ ଆରମ୍ଭରୁ ଏହି ଦୁଇ ଯୁବ ପ୍ରତିଭାକୁ ଟି୨୦ରେ ଡେବ୍ୟୁ କରିବାକୁ ସୁଯୋଗ ଦେଇଛି ଦଳ । ଶୁବମନ ଗିଲଙ୍କୁ ସୂର୍ଯ୍ୟକୁମାର ଡେବ୍ୟୁ କ୍ୟାପ ଦେଇଥିବା ବେଳେ ଶିଭମ ମାଭିଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଡେବ୍ୟୁ କ୍ୟାପ ଦେଇଛନ୍ତି । ସେପଟେ ଦୁଇ ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଓ ଇଶାନ କିଶାନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ଇଶାନ କିଶାନ ଆଜିର ମ୍ୟାଚରେ ୱିକେଟ କିପର ରହିବେ ।