ଓଡିଶା

odisha

ETV Bharat / sports

ଶ୍ରୀଲଙ୍କା ଗସ୍ତ ବେଳେ ଯୁବ ଖେଳାଳିଙ୍କ ଉପରେ ରହିବ ନଜର: ଧୱନ - ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ

"ଶ୍ରୀଲଙ୍କା ଗସ୍ତ ବେଳେ ଯୁବ ଖେଳାଳିଙ୍କ ଉପରେ ନଜର ରହିବ ।" ଏହା କହିଛନ୍ତି ଶ୍ରୀଲଙ୍ଗା ଗସ୍ତ ବେଳେ ଅଧିନାୟକ ଦାୟିତ୍ବରେ ଥିବା ଅଭିଜ୍ଞ ଭାରତୀୟ କ୍ରିକେଟର ଶିଖର ଧୱନ । ଅଧିକ ପଢ଼ନ୍ତୁ...

ଶ୍ରୀଲଙ୍କା ଗସ୍ତ ବେଳେ ଯୁବ ଖେଳାଳିଙ୍କ ଉପରେ ରହିବ ନଜର : ଧୱନ
ଶ୍ରୀଲଙ୍କା ଗସ୍ତ ବେଳେ ଯୁବ ଖେଳାଳିଙ୍କ ଉପରେ ରହିବ ନଜର : ଧୱନ

By

Published : Jun 28, 2021, 6:17 AM IST

ନୂଆଦିଲ୍ଲୀ: "ଶ୍ରୀଲଙ୍କା ଗସ୍ତ ବେଳେ ଯୁବ ଖେଳାଳିଙ୍କ ଉପରେ ନଜର ରହିବ ।" ଏହା କହିଛନ୍ତି ଶ୍ରୀଲଙ୍ଗା ଗସ୍ତ ବେଳେ ଅଧିନାୟକ ଦାୟିତ୍ବରେ ଥିବା ଅଭିଜ୍ଞ ଭାରତୀୟ କ୍ରିକେଟର ଶିଖର ଧୱନ । ଜୁଲାଇ 13 ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଗସ୍ତ ବେଳେ 3ଟି ଟି-20 ମଧ୍ୟ ଖେଳାଯିବ ।

ଭାରତୀୟ ଦଳରେ ସଞ୍ଜୁ ସାମସନ, ଇଷନ କିଶନ ଓ ସୂର୍ଯ୍ୟକୁମାର ଯାଦବ ଦିନିକିଆ ଦଳରେ ସାମିଲ ହୋଇଛନ୍ତି। ରବି ଶାସ୍ତ୍ରୀଙ୍କ ଅନୁପସ୍ଥିତିରେ ରାହୁଲ ଦ୍ରାବିଡ ଏହି ଦଳର କୋଚ ଦାୟିତ୍ବରେ ରହିଛନ୍ତି। ତେବେ ରାହୁଲଙ୍କ ଦଳର ନେତୃତ୍ବ ନେବା ନେଇ ଉତ୍ସାହିତ ଅଛନ୍ତି ଶିଖର ଧୱନ ।

ସେ କହିଛନ୍ତି ଯେ, "ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ନେବା ମୋ ପାଇଁ ଏକ ଗୌରବର ବିଷୟ । ଭାରତ-ଏ ଦଳ ପାଇଁ ତାଙ୍କ ପ୍ରଶିକ୍ଷଣରେ ମୁଁ କ୍ରିକେଟ ଖେଳି ସାରିଛି । ତାଙ୍କ ନେତୃତ୍ବରେ ଯୁବ ଖେଳାଳି ବହୁତ କିଛି ଶିଖିବାକୁ ପାଇବେ । ରାହୁଲ ଭାଇଙ୍କ ନେତୃତ୍ବରେ ନିଜ ପ୍ରକୃତ ଖେଳ ଖେଳିବାରି ସୁଯୋଗ ପାଇବେ ଯୁବ ଖେଳାଳି।"

ସେପଟେ ଦ୍ରାବିଡ ମଧ୍ୟ ଭାରତୀୟ ଦଳ କୋଚ ଦାୟିତ୍ବ ତୁଲାଇବାକୁ ନେଇ ଉତ୍ସାହିତ ଅଛନ୍ତି। ଏହି ଗସ୍ତ ବେଳେ ସେ ଯୁବ ଖେଳାଳିଙ୍କ ଉପରେ ବିଶେଷ ନଜର ଦେବେ ବୋଲି କହିଛନ୍ତି । ଏହି ଗସ୍ତ ଦ୍ବାରା ଯୁବ ଖେଳାଳି ଟି-20 ବିଶ୍ବକପ ସ୍କ୍ବାଡରେ ସାମିଲ ହେବା ସୁଯୋଗ ପାଇବେ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details