ଓଡିଶା

odisha

By

Published : Jun 14, 2022, 6:50 PM IST

ETV Bharat / sports

Ind vs SA 3rd T20: ପୁଣି ଟସ୍‌ ହାରିଲେ ପନ୍ତ, ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଅଧିକ ପଢ଼ନ୍ତୁ

Ind vs SA 3rd T20: ପୁଣି ଟସ୍‌ ହାରିଲେ ପନ୍ତ, ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା
Ind vs SA 3rd T20: ପୁଣି ଟସ୍‌ ହାରିଲେ ପନ୍ତ, ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା

ବିଶାଖାପାଟନମ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ସିରିଜ୍‌ରେ ପ୍ରଥମ ଦକ୍ଷିଣ ଆଫ୍ରିକା ଦଳ ୨-୦ରେ ଆଗୁଆ ରହିଛି । ଆଜି ଭାରତ ପାଇଁ କର ବା ମର ମ୍ୟାଚ୍‌ ।

ଲଗାତାର ୩ଟି ମ୍ୟାଚ୍‌ରେ ଟସ୍‌ ହାରିଛି ଭାରତ । ଆଜିର ମ୍ୟାଚ୍‌ରେ ଭାରତ ପରାଜିତ ହେଲେ ସିରିଜ ବିଜୟୀ ହେବା ଦକ୍ଷିଣ ଆଫ୍ରିକା । ଏଥିପାଇଁ ଆଜିର ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ ବିଜୟୀ ହେବା ଆଶା ଭାରତ ଉଜ୍ଜିବୀତ ରଖିବାକୁ ଚେଷ୍ଟା କରିବ । ପ୍ରଥମ ମ୍ୟାଚ୍‌ରେ ଭାରତ ବୋଲିଂ ୟୁନିଟ୍‌ ଫେଲ୍‌ ମାରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତର ବ୍ୟାଟିଂ ୟୁନିଟ୍‌ ଫେଲ ମାରିଛି । ଆଜିର ମ୍ୟାଚ୍‌ରେ ସମସ୍ତ ଭୁଲ ସୁଧାରି ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ ।

ଚୂଡ଼ାନ୍ତ ଏକାଦଶ

ଭାରତ- ଋତୁରାଜ ଗାୟକୱାଡ, ଈଶାନ କିଶନ, ଶ୍ରେୟାସ ଆୟର, ଋଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ୟୁଜିବେନ୍ଦ୍ର ଚହଲ, ଆଭେଶ ଖାନ

ଦକ୍ଷିଣ ଆଫ୍ରିକା- ଟେମ୍ବା ବଭୁମା, ରିଜା ହେଣ୍ଡ୍ରିକ୍ସ, ଡ୍ବେନ୍ ପ୍ରିଟୋରିଅସ୍, ରାସି ଭାନ୍ ଡେର୍ ଡୁସେନ୍, ହେନ୍ରିକ୍‌ କ୍ଲାସେନ୍, ଡେଭିଡ ମିଲର, ୱେନ ପାର୍ନେଲ, କାଗିସୋ ରବାଡା, କେଶବ ମହାରାଜ, ଟାବ୍ରାଇଜ୍ ଶାମସି, ଏନରିକ୍‌ ନୋର୍କିଆ

ABOUT THE AUTHOR

...view details