ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ୍ର ପ୍ରଥମ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଆଜିର ମୁକାବିଲା ଋଷଭ ପନ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଭାରତ ପାଇଁ ଅଧିନାୟକ ଭାବରେ ଡେବ୍ୟୁ କରିବେ ପନ୍ତ । ଏଥିସହ ଦଳରେ କାର୍ତ୍ତିକ ଜଣେ ମାତ୍ର ବରିଷ୍ଠ ଖେଳାଳି ଭାବରେ ସାମିଲ ଅଛନ୍ତି । ୟଙ୍ଗ ବ୍ରିଗେଡ୍କୁ ନେଇ ଭାରତ କିଭଳି ପ୍ରଦର୍ଶନ କରିବ ତାହାରି ଉପରେ ସଭିଙ୍କ ନଜର ରହିବ ।
ଚୂଡ଼ାନ୍ତ ଏକାଦଶ