ଓଡିଶା

odisha

ETV Bharat / sports

Ind vs SA 5th T20: ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି - ଭାରତ ଦକ୍ଷିଣ ଆଫ୍ରିକା ପଞ୍ଚମ ଟି୨୦ ମ୍ୟାଚ୍‌

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ପଞ୍ଚମ ତଥା ଶେଷ ଟି୨୦ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଅଧିକ ପଢ଼ନ୍ତୁ

Ind vs SA 5th T20: ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି
Ind vs SA 5th T20: ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

By

Published : Jun 19, 2022, 6:45 PM IST

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ପଞ୍ଚମ ତଥା ଶେଷ ଟି୨୦ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଏହି ନିର୍ଣ୍ଣାୟକ ଲଢ଼େଇରେ ବିଜୟୀ ହୋଇ ଉଭୟ ଦଳ ସିରିଜ୍‌ ହାତେଇବାକୁ ଚେଷ୍ଟା କରିବେ । ବର୍ତ୍ତମାନ ଏହି ୫ ଟିକିଆ ଟି-୨୦ ସିରିଜ୍‌ ୨-୨ରେ ବରାବର ରହିଛି ।

ଆଜିର ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ ୩ଟି ପରିବର୍ତ୍ତନ କରାଯାଇଥିବା ବେଳେ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି । ଶେଷ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଚୂଡ଼ାନ୍ତ ଏକାଦଶରେ ଟେମ୍ବା ବଭୁମା, ମାର୍କୋ ଜାନ୍‌ସେନ୍‌, ତବରେଜ ଶାମସୀଙ୍କ ସ୍ଥାନରେ ଟ୍ରିଷ୍ଟନ ଷ୍ଟବ୍‌ସ୍‌ ରିଜା ହେଣ୍ଡ୍ରିକ୍ସ, କେଜି କାଗିସୋ ରବାଡାଙ୍କୁ ସ୍ଥାନ ମିଳିଛି । ଗତମ୍ୟାଚ୍‌ରେ ଏକ ବାଉନ୍ସର ବଲ୍‌ରେ ଆହତ ହୋଇଥିଲେ ଅଧିନାୟକ ଟେମ୍ବା ବଭୁମା । ତାଙ୍କ ସ୍ଥାନରେ ଆଜି କେଶବ ମହାରାଜ ଦକ୍ଷିଣ ଆଫ୍ରିକା ଅଧିନାୟକ ଦାୟିତ୍ବ ନେଇଛନ୍ତି ।

ଚୂଡ଼ାନ୍ତ ଏକାଦଶ

ଭାରତ- ଋତୁରାଜ ଗାୟକୱାଡ୍‌, ଇଶାନ କିଶନ, ଶ୍ରେୟାସ ଆୟର, ଋଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ୟୁଜିବେନ୍ଦ୍ର ଚହଲ, ଆଭେଶ ଖାନ

ଦକ୍ଷିଣ ଆଫ୍ରିକା- କ୍ବିଣ୍ଟନ୍ ଡି କକ୍, ରିଜା ହେଣ୍ଡ୍ରିକ୍ସ, ରାସି ଭାନ୍ ଡେର୍ ଡୁସେନ୍, ଡେଭିଡ ମିଲର, ହେନ୍ରିକ୍‌ କ୍ଲାସେନ୍, ଟ୍ରଷ୍ଟନ୍ ଷ୍ଟବ୍ସ୍, ଡ୍ବେନ୍ ପ୍ରିଟୋରିଅସ୍, କାଗିସୋ ରବାଡା, କେଶବ ମହାରାଜ (ଅଧିନାୟକ), ଲୁଙ୍ଗି ନିଗିଡି, ଏନ୍‌ରିକ୍‌ ନୋର୍କିଆ

For All Latest Updates

ABOUT THE AUTHOR

...view details