ଓଡିଶା

odisha

By

Published : Jan 19, 2022, 10:12 PM IST

ETV Bharat / sports

Ind Vs Sa 1st ODI: ୩୧ ରନ୍‌ରେ ହାରିଲା ଭାରତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଛି । ୩୧ ରନ୍‌ରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି । ଅଧିକ ପଢ଼ନ୍ତୁ

Ind Vs Sa 1st ODI: ୩୧ ରନ୍‌ରେ ହାରିଲା ଭାରତ
Ind Vs Sa 1st ODI: ୩୧ ରନ୍‌ରେ ହାରିଲା ଭାରତ

ପାର୍ଲ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଛି । ୩୧ ରନ୍‌ରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି । ଭାରତକୁ ଭଲ ଆରମ୍ଭ ମିଳିଥିଲା । ତେବେ ଦଳୀୟ ସ୍କୋର୍‌ ୪୬ ରନ୍‌ ହୋଇଥିବା ବେଳେ ଅଧିନାୟକ କେ.ଏଲ ରାହୁଲ ଆଉଟ୍‌ ହୋଇଥିଲେ ।

ଏହାପରେ କୋହଲି ପଡ଼ିଆକୁ ଓହ୍ଲାଇଥିଲେ ବିରାଟ କୋହଲି । ଦ୍ବିତୀୟ ୱିକେଟ ପାଇଁ ଶିଖର ଧୱନ ଓ କୋହଲିଙ୍କ ମଧ୍ୟରେ ୯୨ ରନ୍‌ ଭାଗିଦାରୀ ହୋଇଥିଲେ । ଏହାରି ମଧ୍ୟରେ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ ଶିଖର ଧୱନ । ତେବେ ୭୯ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ କୋହଲି କିଛି ସମୟ ପଡ଼ିଆରେ ବିତାଇଥିଲେ । ସେ ମଧ୍ୟ ନିଜର ଅର୍ଦ୍ଧ ଶତକ ହାସଲ କରିଥିଲେ । ସବୁଥର ଭଳି ଏଥର ଫ୍ୟାନ ଆଶା କରାଯାଉଥିଲେ ସେ ଶତକ ହାସଲ କରିବେ । ତେବେ ସେ ୫୧ ରନ୍‌ କରି ପାଭେଲିୟନ ଫେରିଥିଲେ । ଶେଷ ବେଳକୁ ଶାର୍ଦ୍ଦୁଲ ଠାକୁର ବଡ଼ ସଟ୍‌ ଖେଳି ପ୍ରଥମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ ତେବେ ମ୍ୟାଚ୍‌ରେ ବିଜୟ ହାସଲ କରିବା ପାଇଁ ଏହା ଯଥେଷ୍ଟ ନଥିଲା ।

ଏହାପରେ କୌଣସି ଭାରତୀୟ ବ୍ୟାଟର ଅଧିକ ସମୟ ପଡ଼ିଆରେ ବିତାଇ ପାରିନଥିଲେ । ଦକ୍ଷିଣ ଆଫ୍ରିକା ବୋଲର ଆଗରେ ଭାରତୀୟ ବ୍ୟାଟର ଆତ୍ମସମର୍ପଣ କରିଦେଇଥିବା ମନେ ହେଉଥିଲା । ଗୋଟିଏ ସମୟରେ ଭାରତ ସହଜ ବିଜୟ ହାସଲ କରିବ ମନେ ହେଉଥିବା ମ୍ୟାଚକୁ ଛଡ଼ାଇ ନେଇଥିଲେ ଦକ୍ଷିଣ ଆଫ୍ରିକା । ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୬୫ ରନ୍‌ ହିଁ କରିବାକୁ ସକ୍ଷମ ହୋଇ ପାରିଥିଲା ଟିମ୍‌ ଇଣ୍ଡିଆ ।

ସେପଟେ ଦକ୍ଷିଣ ଆଫ୍ରିକା ବୋଲର ମଧ୍ୟ ଶୃଙ୍ଖଳିତ ବୋଲିଂ କରିଛନ୍ତି । ମାର୍କୋ ଜାନେସନଙ୍କ ଛଡ଼ା ସଭିଏଁ ୱିକେଟ ହାସଲ କରିଛନ୍ତି । ଲୁଙ୍ଗି ନିଗିଡି଼, ତବ୍ରେଜ ସାମସୀ ଓ ଆଣ୍ଡିଲୋ ଫେହ୍ଲୁକ୍ବାୟୋ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହାରାଜ ଓ ଆଡିନ ମକ୍ରମ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ୩ଟି ୱିକେଟ ଶସ୍ତାରେ ହରାଇଥିଲା ଦଳ । ଏହାପରେ ଅଧିନାୟକ ଟେମ୍ବା ବଭୁମା ଓ ରାଶି ଭାନ ଡେର ଡୁସେନଙ୍କ ମଧ୍ୟରେ ଦ୍ବିଶତକୀୟ ଭାଗିଦାରୀ ହୋଇଥିଲା ।

ଫଳରେ ପ୍ରୋଟିଆସ୍‌ଙ୍କ ଦଳ ୪ ୱିକେଟ ବିନିମୟର ୨୯୬ରେ ପହଞ୍ଚି ପାରିଥିଲା । ଶେଷ ବେଳକୁ ଟେମ୍ବା ବଭୁମା ୧୧୦ ରନ୍‌ କରି ବୁମରାଙ୍କ ବଲ୍‌ରେ ଆଉଟ ହୋଇଥିଲେ । ତେବେ ଏହାପରେ ମଧ୍ୟ ଡୁସେନ ବଡ଼ ସଟ୍‌ ଖେଳିବା ଜାରି ରଖିଥିଲେ । ସେ ୯୬ଟି ବଲ୍‌ରେ ୧୨୯ ରନ୍‌ କରି ଅପରାଜିତ ରହିଥିଲେ । ଏହି ଶତକୀୟ ପାଳି ମଧ୍ୟରେ ୯ଟି ଚୌକା ଓ ୪ଟି ଛକା ସାମିଲ ରହିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ଦକ୍ଷିଣ ଆଫ୍ରିକା ୨୯୬ ରନ୍‌ କରି ଭାରତକୁ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details