ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଘେରାଇ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା ହୋଇଛି । ଆଡେନ ମାର୍କରାମଙ୍କୁ ଟି-ଟ୍ବେଣ୍ଟି ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ସେ ପୂର୍ବତନ ଅଧିନାୟକ ତେମ୍ବା ବଭୁମାଙ୍କ ସ୍ଥାନରେ ଦଳର ମଙ୍ଗ ଧରିବେ । ତେମ୍ବା ବଭୁମାଙ୍କୁ ଦିନିକିଆ ଦଳର ନେତୃତ୍ବ ବଜାୟ ରଖିଛନ୍ତି । ପେସ୍ ବୋଲର ଏନରିକ୍ ନୋର୍କିଆ ଓ କାଗିଲୋ ରାବାଡାଙ୍କୁ ପ୍ରଥମ 2ଟି ଦିନିକିଆରୁ ବିଶ୍ରାମ ମିଳିଛି । ଉଭୟ ଟି-20 ଦଳରେ ସାମିଲ ହୋଇଛନ୍ତି ।
ଦକ୍ଷିଣ ଆଫ୍ରିକା ୱେଷ୍ଟ୍ଇଣ୍ଡିଜ ବିପକ୍ଷରେ 3ଟି ଦିନିକିଆ ଓ 3ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିବ । ଆସନ୍ତା 16, 18 ଓ 21 ତାରିଖରେ ଦିନିକିଆ ଓ 25, 26 ଓ 28 ତାରିଖରେ ଟି ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ । ଆଇପିଏଲର 16ତମ ସଂସ୍କରଣ ପାଇଁ 28 ମାର୍କ୍ରାରାମଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ନିଯୁକ୍ତ କରିଛି ।
ଏହା ବି ପଢନ୍ତୁ....WPL 2023: ମୁମ୍ବାଇ ଇଣ୍ଡିଆନ୍ସର ଦ୍ବିତୀୟ ବିଜୟ, ହାରିଲା ବାଙ୍ଗାଲୋର
ଗତମାସରେ ତେମ୍ବା ବଭୁମା ଟି-20 ଅଧିନାୟକ ପଦରୁ ଇସ୍ତପା ଦେଇଥିଲେ । କିନ୍ତୁ ଦିନିକିଆ ଦଳରେ ଅଧିନାୟକ ରହିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଥର ମାର୍କ୍ରାରାମ ଦଳର ନେତୃତ୍ବ ନେବେ । ଟି-20 ଶୃଙ୍ଖଳା ପାଇଁ ଘୋଷିତ ଦକ୍ଷିଣ ଆଫ୍ରିକା ଦଳରେ ତେମ୍ବା ବଭୁମାଙ୍କୁ ସ୍ଥାନ ମିଳିନାହିଁ । 28 ବର୍ଷୀୟ ଏଡେନ ମାର୍କ୍ରାରାମଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା । 2018ରେ ଭାରତ ବିପକ୍ଷରେ ମାର୍କରାମ 5ଟି ମ୍ୟାଚରେ ଦଳର ନେତୃତ୍ବ ନେଇଥିଲେ । ଫାଫ୍ ଡୁପ୍ଲେସି ଆହତ କାରଣରୁ ଅନୁପସ୍ଥିତ ଥିଲେ । ମାର୍କ୍ରାରାମଙ୍କୁ ଟି-20 ଅଧିନାୟକ ନିଯୁକ୍ତ କରାଯିବା ପରେ ସାଥୀ ଖେଳାଳି ଧନ୍ୟବାଦ ଦେଇଛନ୍ତି ।
ଏହା ବି ପଢନ୍ତୁ...IPL 2023: ମାର୍କରାମ ହେଲେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ
ଟି-ଟ୍ବେଣ୍ଟି ଦଳ:ଆଡେନ ମାର୍କ୍ରାରାମ, କ୍ବିଣ୍ଟନ ଡି କକ୍, ବ୍ୟର୍ଣ୍ଣ ଫର୍ଟୁଇନ, ରୀଜା ବେଣ୍ଡ୍ରୀକ୍ସ, ମାର୍କୋ ମିଲର, ହେନେରିକ କ୍ଲାସେନ୍, ସିସାନ୍ଦା ମାଗଲା, ଡେଭିଡ ମିଲର, ଲୁଙ୍ଗି ଏନଗିଡି, ଏନରିକ୍ ନୋର୍କିଆ, ୱେନ୍ ପାର୍ନେଲ, କାଗିସୋ ରାବାଡା, ରିଲି ରୋଷୋ, ତାବ୍ରେଜ ସାମସି, ଟ୍ରିଷ୍ଟନ ଷ୍ଟବ
ଦିନିକିଆ ଦଳ: ତେମ୍ବା ବଭୁମା, ଗେରାଲ୍ଡ କୋଏଜୀ, କ୍ବିଣ୍ଟନ ଡି'କକ୍, ଟୋନୀ ଡି ଜର୍ଜି, ବ୍ୟର୍ଣ୍ଣ ଫର୍ଟୁଇନ, ରୀଜା ହେଣ୍ଡ୍ରିକ୍ସ, ସିସାନ୍ଦା ମାଗଲା, କେଶବ ମହାରାଜ, ୱିୟାନ ମୁଲଡର, ଲୁଙ୍ଗି ନିଙ୍ଗିଡି, ରିୟାନ ରିକେଲଟନ, ଆଣ୍ଡିନ ଫେଲୁକ୍ବାୟୁ, ଟ୍ରିଷ୍ଟନ ଷ୍ଟବ୍ସ, ଲିଜାଡ ୱିଲିୟମ୍ସ, ରାସି ଭାନ ଡର ଡୁସେନ ।