ଓଡିଶା

odisha

ETV Bharat / sports

Ind vs SA 1st ODI: କ୍ଲାସିନ୍‌ ଓ ମିଲରଙ୍କ ଦମଦାର ପାଳି, ଭାରତ ଆଗରେ ୨୫୦ ରନ୍‌ ଟାର୍ଗେଟ - ଭାରତକୁ ୨୫୦ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭରରେ ୨୫୦ ରନ୍‌ କରିଛି । କ୍ଲାସିନ୍‌ ଓ ଡାଭିଡ ମିଲରଙ୍କ ଧୂଆଁଧାର ପାଳି । ଅଧିକ ପଢନ୍ତୁ

South Africa set a 250 run target for India in first ODI
Ind vs SA 1st ODI: କ୍ଲାସିନ୍‌ ଓ ମିଲରଙ୍କ ଧୂଆଁଦାର ପାଳି, ଭାରତ ଆଗରେ ୨୫୦ ରନ୍‌ ଟାର୍ଗେଟ

By

Published : Oct 6, 2022, 7:13 PM IST

ଲକ୍ଷ୍ନୌ:ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭରରେ ୨୪୯ ରନ୍‌ କରିଛି । ବର୍ଷା ଯୋଗୁଁ ମ୍ୟାଚ୍‌କୁ ୪୦ ଓଭରକୁ କମାଇ ଦିଆଯାଇଥିଲା । ମଧ୍ୟକ୍ରମ ବ୍ୟାଟ୍‌ର ହେନ୍‌ରିକ୍‌ କ୍ଲାସିନ୍‌ ଓ ଡେଭିଡ ମିଲରଙ୍କ ଶତକୀୟ ଭାଗିଦାରୀ ବଳରେ ଦକ୍ଷିଣ ଆଫ୍ରିକା ଭାରତକୁ ୨୫୦ ରନ୍‌ ଟାର୍ଗେଟ୍‌ ଦେଇଛି । ଆଜି ଭାରତୀୟ ଖେଳାଳି ଗ୍ରାଉଣ୍ଡରେ ଅତି ସାଧାରଣ ଫିଲ୍ଡିଂ କରିଥିବା ଦେଖାଯାଇଥିଲା । ସେପଟେ ବୋଲର ମଧ୍ୟ କୌଣସି କମାଲ କରି ପାରିନାହିନ୍ତି । ଟସ୍‌ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିାକୁ ବୋଲିଂ ଆମନ୍ତ୍ରଣ ଦେଇଥିଲା ଭାରତ ।

ପ୍ରଥମ ୱିକେଟ ପାଇଁ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ମଲାନ୍‌ ଓ ଡିକକ୍‌ଙ୍କ ମଧ୍ୟରେ ୪୯ ରନ୍‌ ଭାଗିଦାରୀ ହୋଇଥିଲା । ଏହାପରେ ମଲାନଙ୍କୁ ଆଉଟ କରିଥିଲେ ଶାର୍ଦ୍ଦୁଲ ଠାକୁର । ତେବେ ଡିକକ୍‌ ଏକ ଦାୟିତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ସେ ୫୪ ବଲ୍‌ରୁ ୪୮ ରନ୍‌ କରିଥିଲେ । ଏହାପରେ ଅଧିନାୟକ ବାଭୁମା ଓ ମକ୍ରମ ମଧ୍ୟ ଶସ୍ତାରେ ଆଉଟ ହୋଇଥିଲେ । ଏହାପରେ କ୍ଲାସିନ୍‌ ଓ ଡାଭିଡ ମିଲର ଧୂଆଁଧାର ପାଳି ଖେଳିଥିଲେ । କ୍ଲାସିନ୍‌ ୬୪ଟି ବଲ୍‌ରୁ ୭୪ ରନ୍‌ କରିଥିବା ବେଳେ ଡେଭିଡ ମିଲର ୬୩ଟି ବଲ୍‌ରୁ ୭୫ ରନ୍‌ କରିଥିଲେ । ଯାହାଫଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭରରେ ୨୪୯ ରନ୍‌ କରିଛି ।

ସେପଟେ ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଦୁଇଟି ୱିକେଟ ନେଇଥିବା ବେଳେ ରବି ବିଷ୍ଣୋଇ ଓ କୂଳଦୀପ ଯାଦବ ଗୋଟିଏ ଲେଖଏଁ ୱିକେଟ ନେଇଥିଲେ । ସିରାଜ ଓ ଅଭେଷ ଖାନ୍‌ କୌଣସି ୱିକେଟ ଅକ୍ତିଆର କରି ପାରିନାହାନ୍ତି । ରବି ବିଷ୍ଣୋଇ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ୮ ଓଭରରେ ୮.୬୦ ହାରରେ ୬୯ ରନ୍‌ ଖର୍ଚ୍ଚ କରିଛନ୍ତି ।

ABOUT THE AUTHOR

...view details