ଜୋହାନ୍ସବର୍ଗ:ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ମଙ୍ଗଳବାର ଭାରତ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଶକ୍ତିଶାଳୀ ସ୍କ୍ବାଡ୍ ଘୋଷଣା କରିଛି । ICC ଟେଷ୍ଟ ଚାମ୍ପିଆନସିପ୍ ଅନ୍ତର୍ଗତ ଡିସେମ୍ବର ୨୬ରୁ ଜାନୁଆରୀ ୧୫ ମଧ୍ୟରେ ଏହି ସିରିଜ ଖେଳାଯିବ ।
ଦକ୍ଷିଣ ଆଫ୍ରିକା ଜାତୀୟ ଚୟନକର୍ତ୍ତା କମିଟି ଚଳିତ ବର୍ଷ ଜୁନ୍ରେ ୱେଷ୍ଟଇଣ୍ଡିଜ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଭାରତ ବିପକ୍ଷ ସିରିଜ ପାଇଁ ଚୟନ କରିଛନ୍ତି ଓ ଅନ୍ୟ ୩ଜଣଙ୍କୁ ସାମିଲ କରିଛନ୍ତି । କାଗିସୋ ରବାଡା, କ୍ବିଣ୍ଟାନ ଡିକକ୍, ଆନରିଚ୍ ନର୍କିଆଙ୍କ ଭଳି ଷ୍ଟାର ଖେଳାଳି ଟେଷ୍ଟ ସ୍କ୍ବାଡ୍ରେ ରହିଛନ୍ତି ।
ସିରିଜର ପ୍ରଥମ ଟେଷ୍ଟ ସେଞ୍ଚୁରିଆନରେ ଖେଳାଯିବ । ସେହିପରି ଜାନୁଆରୀ ୩ରୁ ଜୋହାନ୍ସବର୍ଗରେ ଦ୍ବିତୀୟ ଟେଷ୍ଟ ଜାନୁଆରୀ ୧୧ରୁ କେପ ଟାଉନ୍ରେ ତୃତୀୟ ଟେଷ୍ଟ ଖେଳାଯିବ ।