ନୂଆଦିଲ୍ଲୀ:ବିଶାଳ ବିଜୟ ଲକ୍ଷ୍ୟ ଦେବା ସତ୍ତ୍ବେ ପ୍ରଥମ ଟି-୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଛି ଭାରତ । 212 ରନ୍ର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ହାସଲ କରିଛି ଦକ୍ଷିଣ ଆଫ୍ରିକା ଦଳ । ଦଳ ପକ୍ଷରୁ ଡେଭିଡ ମିଲର ଓ ରାଶି ଭାନ ଡେର ଡୁସେନ ସର୍ବାଧିକ ସ୍କୋର୍ କରିଥିଲେ । ଦୁହିଁଙ୍କ ଧୂଆଁଦାର ପାଳି ବଳରେ ବିଜୟ ହାସଲ କରିଛି ଦକ୍ଷିଣ ଆପ୍ରିକା ଦଳ ।
ବିଶାଳ ଟାର୍ଗେଟ ପିଛା କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ପ୍ରଥମ ୱିକେଟ ମାତ୍ର ୨୨ ରନ୍ ଦଳୀୟ ସ୍କୋର୍ ବେଳେ ହରାଇଥିଲା । ଏହାପରେ ଡି କକ୍ ଓ ପ୍ରିଟୋରିଅସ ଦ୍ରୁତ ଇନିଂସ ଖେଳିବା ଜାରି ରଖିଥିଲେ । ତେବେ ସେମାନେ ମଧ୍ୟ ବେଶି ସମୟ ପିଚ୍ରେ ବିତାଇ ପାରିନଥିଲେ । ଏହାପରେ ଡେଭିଡ ମିଲର ଓ ରାଶି ଭାନ ଡେର ଡୁସେନ ଦକ୍ଷିଣ ଆଫ୍ରିକାର ମୋର୍ଚ୍ଚା ସମ୍ଭାଳିଥିଲେ । ମିଲର ୩୧ଟି ବଲ୍ରୁ ୬୪ ରନ୍ କରିଥିବା ବେଳେ ଡୁସେନ ୪୬ଟି ବଲ୍ରୁ ୭୫ ରନ୍ କରି ଦଳକୁ ବିଜାୟ ଦ୍ବାରକୁ ନେଇ ଯାଇଥିଲେ ।
ଭାରତ ପକ୍ଷରୁ ଭୁବନେଶ୍ବର କୁମାର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ସେ ୪ ଓଭର ବୋଲିଂ କରି ୪୩ ରନ୍ ଖର୍ଚ୍ଚ କରିଛନ୍ତି । ସେହିଭଳି । ଦଳ ପକ୍ଷରୁ ଅକ୍ଷର ପଟେଲ, ହର୍ଷଲ ପଟେଲ ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । କୌଣସି ବୋଲର ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ରୋକିବାରେ ସଫଳ ହୋଇ ପାରିନଥିଲେ ।