କେପ ଟାଉନ୍:ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଭାରତ ୪ ରନ୍ରେ ପରାସ୍ତ । ଫଳରେ ୩-୦ରେ ଦିନିକିଆ ସିରିଜ କ୍ଳିନସୁଇପ୍ କରିଛି ଘରୋଇ ଟିମ । ୨୮୮ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ୪୯.୨ ଓଭରରେ ୧୮୩ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ।
ଭାରତ ପକ୍ଷରୁ ବିରାଟ କୋହଲି ୬୫ ଓ ଶିଖର ଧାୱନ ୬୧ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଦୀପକ ଚହର ଶେଷ ଭାଗରେ ଲଢୁଆ ୫୪ ରନ୍ର ଇଂନିସ ଖେଳିବା ସହ ଭାରତକୁ ବିଜୟ ନିକଟତର କରାଇଥିଲେ । ମାତ୍ର ଲକ୍ଷ୍ୟ ଠାରୁ ୧୦ ରନ୍ ଦୂରରେ ଥିବାବେଳେ ସେ ପାଭିଲିୟନ ଫେରିଥିଲେ । ୩୪ ବଲ୍ରୁ ୫ ଚୌକା ଓ ୨ଟି ଛକା ସହାୟତାରେ ୫୪ ରନ୍ର ଇଂନିସ ଖେଳିଥିଲେ ଚହର ।