କୋଲକାତା: ଐତିହାସିକ ଇଡେନ ଗାର୍ଡେନ କୋଲକାତା ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଟି-୨୦ ସିରିଜର ତୃତୀୟ ତଥା ଶେଷ ମୁକାବିଲା । ସୌରଭ ଗାଙ୍ଗୁଲି ଔପଚାରିକ ଇଡେନ ବେଲ୍ ବଜାଇ ଏହି ମ୍ୟାଚ୍ ଆରମ୍ଭ ପାଇଁ ସଙ୍କେତ ଦେଇଥିଲେ ।
ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) କାର୍ଯ୍ୟକାଳରେ ଗାଙ୍ଗୁଲି ଲର୍ଡ୍ସ ଗ୍ରାଉଣ୍ଡ ପରି ଇଡେନ ଗାର୍ଡେନ କୋଲକାତାରେ ବେଲ୍ ବଜାଇ ମ୍ୟାଚ୍ ଆରମ୍ଭ ସଙ୍କେତ ଦେବାର ପରମ୍ପରା ଆରମ୍ଭ କରିଥିଲେ । ତେବେ ସେବେଠାରୁ ସେ ନିଜେ କେବେ ବି ଏହି ପ୍ରସିଦ୍ଧ ବେଲ୍ ବଜାଇନଥିଲେ । ପରେ ସେ ଭାରତୀୟ କ୍ରିକେଟର ମୁଖ୍ୟ ହୋଇଥିଲେ ।