ଓଡିଶା

odisha

ବଦଳିଯିବ BCCI ବସ୍‌ଙ୍କ ବାସଭବନ ଠିକଣା

By

Published : May 22, 2022, 12:12 PM IST

ବାସଭବନ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି BCCI ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ

Sourav Ganguly moving to new Bungalow in central Kolkata
Sourav Ganguly moving to new Bungalow in central Kolkata

କୋଲକାତା:ବାସଭବନ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି BCCI ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି । କୋଲକାତାର ଲୋୟର ରଡାଉନ୍ ଷ୍ଟ୍ରିଟରେ ଥିବା ଏକ ଘରକୁ 40 କୋଟି ଟଙ୍କାରେ ଟଙ୍କାରେ କିଣିଛନ୍ତି ଗାଙ୍ଗୁଲି । ପୂର୍ବରୁ ବିରେନ ରଏ ରୋଡରେ ତାଙ୍କର ପୈତୃକ ଘର ରହିଥିଲା ।

ଗାଙ୍ଗୁଲି କହିଛନ୍ତି, 47 ବର୍ଷ ପରେ ଘର ବଦଳାଇବା ନିଷ୍ପତ୍ତି କଷ୍ଟକର । ତବେବେଲାଠାରୁ ଯାତ୍ରା କରିବା ନେଇ ବହୁତ ସମସ୍ୟା ଉପୁଜୁଥିଲା । ସହର ମଧ୍ୟ ଭାଗରେ ଘର ମିଳିବା ସୁବିଧା ହେବ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି । ସୁତ୍ରରୁ ଜଣାପଡିଛି ଯେ, ସୌରଭ ଗାଙ୍ଗୁଲି ଅନୁପମା ବାଗ୍ରି, କେଶବ ଦାସ ବେୟାନି ଏବଂ ନିକୁଞ୍ଜ ବିୟାନୀଙ୍କ ନାମରେ ଏହି ସମ୍ପତ୍ତି କ୍ରୟ କରିଛନ୍ତି । ତାଙ୍କ ମାଆ, ପତ୍ନୀ ଓ ଝିଅଙ୍କ ନାମରେ ମିଳିତ ଭାବେ ଏହି ସମ୍ପତ୍ତି କଣିଥିବା ଜଣାପଡିଛି ।

ଘର ବଦଳାଇବେ ଗାଙ୍ଗୁଲି

ବିସିସିଆଇ ସଭାପତି ଥିବାରୁ ତାଙ୍କୁ ଅନେକ ସମୟରେ ବାହାରକୁ ଯିବାକୁ ପଡୁଛି । ଏହାସହ ଏକ ରିଆଲିଟି ଶୋ'ର ହୋଷ୍ଟ ମଧ୍ୟ ଅଛନ୍ତି ଗାଙ୍ଗୁଲି । ବେହେଲାରୁ ଯାତ୍ରା କରିବା କଷ୍ଟକର ହେଉଥିଲା । ବହୁତ ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେଉଥିଲା । ଫଳରେ ସୁବିଧା ପାଇଁ ଘର ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରିନ୍ସ ଅଫ୍‌ କୋଲକାତା । ସହର ମଧ୍ୟଭାଗରେ ଘର ନେଲେ ତାଙ୍କ ପାଇଁ ସୁବିଧା ହେବ ବୋଲି କହିଛନ୍ତି ଗାଙ୍ଗୁଲି ।

କୋଲକାତାର ପ୍ରିନ୍ସ ଏବଂ ମହାରାଜ ଭାବରେ ଭଲଭାବେ ଜଣାଶୁଣା ଗାଙ୍ଗୁଲି ଲଣ୍ଡନର ଉତ୍ତର ହାରୋରେ ଥିବା 2 BHK ଆପାର୍ଟମେଣ୍ଟର ମାଲିକ । ହେଲେ ପ୍ରଥମ ଥର ପାଇଁ ଗାଙ୍ଗୁଲି କୋଲକାତାରେ ଏକ ଘର କିଣିଛନ୍ତି । ଗାଙ୍ଗୁଲି ବିରେନ୍ ରଏ ରୋଡରେ ଥିବା ବାସଭବନରେ ଜନ୍ମ ହୋଇଥିଲେ । ଭାରତୀୟ କ୍ରିକେଟର ଜଣେ ପ୍ରତିଷ୍ଠିତ ଚେହେରା ଗାଙ୍ଗୁଲି । ଖୁବଶୀଘ୍ର ନୂଆ ଘରକୁ ସ୍ତାନାନ୍ତରିତ ହେବେ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details